ନିଅଣ୍ଟିଆ ବର୍ଷାରେ ସୁଧାର ଆସିବ: ପାଣିପାଗ ବିଭାଗ

ନିଅଣ୍ଟିଆ ବର୍ଷାରେ ସୁଧାର ଆସିବ: ପାଣିପାଗ ବିଭାଗ

ନିଅଣ୍ଟିଆ ବର୍ଷାରେ  ସୁଧାର ଆସିବ: ପାଣିପାଗ ବିଭାଗ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଛି । ତେଣୁ ଚଳିତ ମାସରେ ରାଜ୍ୟରେ ମୌସୁମୀ ଜନିତ ବର୍ଷାର ସ୍ଥିତି ଏଯାବତ ସ୍ୱାଭାବିକ ରହିଛି । ଆଗକୁ ବି ଏମିତି ସ୍ଥିତି ଲାଗି ରହିଲେ, ଜୁନରୁ-ଅଗଷ୍ଟ ମଧ୍ୟରେ ନିଅଣ୍ଟିଆ ବର୍ଷାରେ ଧୀରେଧୀରେ ସୁଧାର ଆସିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶାପୋଷଣ କରିଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ୧ରୁ ୭ ସେପ୍େଟମ୍ବର ମଧ୍ୟରେ ରାଜ୍ୟରେ ମୋଟ ୬୦.୮ ମିମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୬୩.୮ମିମି ବର୍ଷା ହୋଇଥାଏ । ଏହି ସେପ୍େଟମ୍ବର ୭ ଦିନ ମଧ୍ୟରେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଆଉ ଏକ ହିସାବ ଅନୁଯାୟୀ ୧ ଜୁନରୁ ୭ ସେପ୍େଟମ୍ବର ମଧ୍ୟରେ ରାଜ୍ୟରେ ୭୨୧.୯ ମିମି ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଭାବେ ୯୯୨.୫ ମିମି ବର୍ଷା ହୋଇଥାଏ । ତେଣୁ ସେପ୍େଟମ୍ବର ୭ଦିନର ବର୍ଷା ଅଭାବୀ ବର୍ଷାର ପରିମାଣକୁ ମାତ୍ର ୨% କମାଇବାରେ ସକ୍ଷମ ହୋଇଛି । ଏବେ ବି ରାଜ୍ୟରେ ୨୭% ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ ଓ ନୂଆପଡ଼ା ଆଦି ୧୦ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି । ୨୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ତନ୍ମଧ୍ୟରୁ ୫ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଯାଇଛି । ଭଦ୍ରକ, ବଲାଙ୍ଗୀର, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାରେ ୪୦%ରୁ ଅଧିକ ଅଭାବୀ ବର୍ଷା ହୋଇଥିବାଇ ଜଣାପଡ଼ିଛି । ଗତକାଲି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଛତିଶଗଡ଼ ଆଡ଼କୁ ଗତି କରିଛି । ଏହା ଏବେ ଦକ୍ଷିଣ ଛତିଶଗଡ଼ ତଥା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଆଖପାଖରେ ରହିଛି । ମୌସୁମୀ ଟ୍ରଫ ଦକ୍ଷିଣ ଓଡ଼ିଶା ଦେଇ ଗତି କରୁଛି । ଫଳରେ ରାଜ୍ୟରେ ଏବେ ବର୍ଷାର ପରିମାଣ କମିବ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ବି ରହିଛି । ୯ ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ଥିବାରୁ ୧୦ ଓ ୧୧ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।