ନଭେମ୍ବର ୪ରୁ ୧୦ ପର୍ଯ୍ୟନ୍ତ ମୋବାଇଲ ପୋର୍ଟିଂ ବନ୍ଦ ରହିବ

ନଭେମ୍ବର ୪ରୁ ୧୦ ପର୍ଯ୍ୟନ୍ତ ମୋବାଇଲ ପୋର୍ଟିଂ ବନ୍ଦ ରହିବ

ନଭେମ୍ବର ୪ରୁ ୧୦ ପର୍ଯ୍ୟନ୍ତ ମୋବାଇଲ ପୋର୍ଟିଂ ବନ୍ଦ ରହିବ
ନୂଆଦିଲ୍ଲୀ: ଆସନ୍ତାମାସ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା ଗ୍ରାହକଙ୍କ ପାଇଁ ବନ୍ଦ ରହିବ । ଗ୍ରାହକମାନେ ଏହି ସମୟ ମଧ୍ୟରେ ପୋର୍ଟିଂ ଆଉଟ୍ ପାଇଁ ଅନୁରୋଧ ପଠାଇ ପାରିବେ ନାହିଁ । ତେବେ ନଭେମ୍ବର ୧୧ ତାରିଖରୁ ଦେଶରେ ସରଳ ଏବଂ ନୂଆ ପୋର୍ଟିଂ ପାଉଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ନୂଆ ବ୍ୟବସ୍ଥାରେ ଗୋଟିଏ ସେବା ପ୍ରଦାନ ଅଞ୍ଚଳରେ ଦୁଇଟି କାର୍ଯ୍ୟଦିବସ ମଧ୍ୟରେ ଏବଂ ଗୋଟିଏ ସର୍କଲରୁ ଅନ୍ୟ ସର୍କଲ ମଧ୍ୟରେ ମୋବାଇଲ ପୋର୍ଟିଂ ସେବା ୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଟ୍ରାଇ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି । ଏବେ ଏହା ୭ ଦିନ ଲାଗୁଛି । ନଭେମ୍ବର ୪ ତାରିଖ ସଂଧ୍ୟା ୬ଟାରୁ ୧୦ ତାରିଖ ରାତି ୧୧ଟା ୫୯ ମିନିଟ ୫୯ ସେକେଣ୍ଡ ପର୍ଯ୍ୟନ୍ତ ୬ ଦିନ ପାଇଁ ଏହି ସେବା ବନ୍ଦ ରହିବ । କୌଣସି ଗୋଟିଏ ମୋବାଇଲ୍ କଂପାନିର ଗ୍ରାହକ ନିଜ ନମ୍ବର ନବଦଳାଇ ପୋର୍ଟିଂ ସେବା ଜରିଆରେ ଅନ୍ୟ କଂପାନିର ଗ୍ରାହକ ହୋଇପାରୁଛନ୍ତି ।