ନବୀନ ନିବାସ ଅଭିମୁଖେ ବିଜେପିି, ବିଜେଡି ବିଧାୟକ

ନବୀନ ନିବାସ ଅଭିମୁଖେ ବିଜେପିି, ବିଜେଡି ବିଧାୟକ

ନବୀନ ନିବାସ ଅଭିମୁଖେ ବିଜେପିି, ବିଜେଡି ବିଧାୟକ
ଭୁବନେଶ୍ୱର: ଗତ କିଛିଦିନ ହେଲା ବିଧାନସଭା ଭିତରେ ହାଇଡ୍ରାମା ଚାଲିଥିବାବେଳେ ଏବେ ବିଧାନସଭା ବାହାରେ ବି ସେହିଭଳି ହାଇଡ୍ରାମା ଦେଖିବାକୁ ମିଳିଛି । ଆଜି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିବାବେଳେ ବିଜେପି ସଦସ୍ୟମାନେ ନିବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ସସଦସ୍ୟମାନେ ମଧ୍ୟ ବିଜେପି ସଦସ୍ୟଙ୍କ ସହ ନବୀନ ନିବାସ ଅଭିମୁଖେ ଯାଇଛନ୍ତି । ସେହିପରି ବିଜେପି ସଦସ୍ୟଙ୍କୁ ସ୍ୱାଗତ କରିବା ପାଇଁ ବିଜେଡିର ମହିଳା କର୍ମୀମାନେ ନବୀନ ନିବାସ ପାଖରେ ଉପସ୍ଥିତ ଥିବା ଜଣାଯାଇଛି । ବିଧାନସଭା ଅଚଳ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସଦସ୍ୟ ଭେଟିବାକୁ ଯାଇଛନ୍ତି । ବିଧାନସଭାରୁ ଏକ ଶୋଭାଯାତ୍ରାରେ ବାହାରି ବିଜେପି ବିଧାୟକ ଯାଇଛନ୍ତି । ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ହାତରେ ପ୍ଲାକାର୍ଡ ଧରି ଯାତ୍ରା ଆରମ୍ଭ କରିଛନ୍ତି । ବିଧାନସଭାରୁ ନବୀନ ନିବାସ ଚାଲି ଚାଲି ି ବିଜେପି ବିଧାୟକ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ଖୋଜିବାକୁ ଯାଉଛୁୁ ବୋଲି କହିଲେ ଜୟନାରାୟଣ । ତାଙ୍କୁ ଖୋଜିବୁ, ଯେଉଁଠି ପାଇବୁ, ପଚାରିବୁ କହିଲେ ଜୟନାରାୟଣ । ରାଜନୈତିକ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବୁଲୁଛନ୍ତି, ବିଧାନସଭା କାହିିଁକି ଆସୁନାହାଁନ୍ତି ବୋଲି ଜୟନାରାୟଣ କହିଛନ୍ତି । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ପକ୍ଷରୁ ମଣ୍ଡି ଅବ୍ୟବସ୍ଥାକୁ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ନାରାବାଜି କରିଥିଲେ ଶାସକ ଦଳର ବିଧାୟକ । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରଥମେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଆଉ ପୁଣି ଦିନ ୧୨ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।