ନବଙ୍କୁ ହତ୍ୟା : ଟପ ଲେଭଲରେ ଷଡ଼ଯନ୍ତ୍ର
ନବଙ୍କୁ ହତ୍ୟା : ଟପ ଲେଭଲରେ ଷଡ଼ଯନ୍ତ୍ର
ଭୁବନେଶ୍ୱର : ପୁଲିସ ଗୁଳିରେ ନବ କିଶୋର ଦାସଙ୍କ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ପୁଲିସ ତାଙ୍କୁ କାହିଁକି ଗୁଳି ମାରିଲା ତାହାକୁ ନେଇ ନାନାଦି ଆଲୋଚନା ବି ହେଉଛି । ତେବେ ଟପ ଲେଭଲରେ ଷଡ଼ଯନ୍ତ୍ର କରି ନବଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ କାକା କହିଛନ୍ତି ।
ସେ କହିଛନ୍ତିଯେ, ହତ୍ୟା ପଛରେ କୌଣସି ବ୍ୟାବସାୟିକ ଶତ୍ରୁତା ନାହିଁ । ପୁଲିସ ଏଏସଆଇଙ୍କ ମୁଣ୍ଡ ଠିକ ନଥିବା କଥା ବିଶ୍ୱାସ ହେଉନାହିଁ ବୋଲି ତାଙ୍କ କାକା କହିଛନ୍ତି ।
ସୂଚନାଯୋଗ୍ୟଯେ, ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ଏଏସଆଇ ଗୋପାଳକୃଷ୍ଣ ଦାସ କାର୍ଯ୍ୟ କରୁଥିଲେ । ସେଦିନ ସେ ସୁରକ୍ଷା ଦାୟିତ୍ୱରେ ମଧ୍ୟ ଥିଲେ । ତେଣୁ ତାଙ୍କ ଉପରେ କେହିବି ସନ୍ଦେହ କରିନଥିଲେ । ନବ ଦାସଙ୍କୁ କର୍ମୀମାନେ ପାଛୋଟି ନେବା ପାଇଁ ଯାଉଥିବାବେଳେ ସେ ଗୁଳି ମାରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନବ ସେହିଠାରେ ହିଁ ଟଳି ପଡ଼ିଥିଲେ ।




admin 