ନକଲି ଚେକ୍ ମାଧ୍ୟମରେ ୨କୋଟି ୮୭ ଲକ୍ଷ ଟଙ୍କା ଠକେଇ

ନକଲି ଚେକ୍ ମାଧ୍ୟମରେ ୨କୋଟି ୮୭ ଲକ୍ଷ ଟଙ୍କା ଠକେଇ

ନକଲି ଚେକ୍ ମାଧ୍ୟମରେ ୨କୋଟି ୮୭ ଲକ୍ଷ ଟଙ୍କା ଠକେଇ
ଭୁବନେଶ୍ୱର: ନକଲି ଚେକ ଦେଇ ବ୍ୟାଙ୍କରୁ ୨କୋଟି ୮୭ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏତେ ପରିମାଣର ଟଙ୍କା ହଡ଼ପ ଅଭିଯୋଗରେ ଇଓଡବ୍ଲୁ୍ୟ ରାଉରକେଲାରୁ ଜଣେ ଯୁବକଙ୍କୁ ଗିରଫ କରିଛି । ରାଉରକେଲା ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ସମ୍ପୃକ୍ତ ବ୍ୟାଙ୍କର ଜଣେ ଗ୍ରାହକ ହୋଇଥିବା ସୂଚନା ମିଳିଛି ।