ଧାମନଗର ଉପନିର୍ବାଚନ : ୧୫ ନଂ ବୁଥର ଇଭିଏମରେ ଯାନ୍ତ୍ରିକ ତ୍ରୁଟି
ଧାମନଗର ଉପନିର୍ବାଚନ : ୧୫ ନଂ ବୁଥର ଇଭିଏମରେ ଯାନ୍ତ୍ରିକ ତ୍ରୁଟି
ଭଦ୍ରକ : ଧାମନଗର ଫାଇଟ୍ ପାଇଁ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ ଆରମ୍ଭରୁ ଧାମନଗର ମଙ୍ଗଳପୁର ପ୍ରାଥମିକ ସ୍କୁଲର ୧୫ ନଂ ବୁଥର ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ଲୋକମାନେ ମତଦାନ ପାଇଁ ଭୋଟ କେନ୍ଦ୍ର ଆଗରେ ଅପେକ୍ଷା କରି ରହିଛନ୍ତି। ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ।
ଏହି ନିର୍ବାଚନରେ ବିଜେଡିରୁ ଅବନ୍ତୀ ଦାସ, ବିଜେପିରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ୟ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ଓ ବିଜେଡି ଟିକେଟ୍ ନପାଇ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ପ୍ରାର୍ଥୀ ହୋଇଛନ୍ତି । ଏହି ୪ ଜଣଙ୍କ ବ୍ୟତୀତ ଅନ୍ୟ ଜଣେ ପ୍ରାର୍ଥୀ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୨୫୨ଟି ବୁଥ୍ରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ, ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଓ ୩୩ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି ।




admin 