ଧାମନଗର ଉପନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନରେ ଏପରି କହିଲେ ରାଜେନ୍ଦ୍ର ଦାସ
ଧାମନଗର ଉପନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନରେ ଏପରି କହିଲେ ରାଜେନ୍ଦ୍ର ଦାସ
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ କି କିଏ କିଏ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ହେବ ମୁକାବିଲା । ସମସ୍ତଙ୍କର ନଜର ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ।ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ ତାହା ଆଜି ସ୍ପଷ୍ଟ ହେବ । ତାଙ୍କୁ ମନାଇବା ପାଇଁ ବିଜେଡି ସବୁ ପ୍ରକାର ଚେଷ୍ଟା କରୁଥିବା ଜଣାପଡ଼ିଛି । ତାଙ୍କୁ ଉପନିର୍ବାଚନ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ କରିବା, ନିର୍ବାଚନ ପରେ କୌଣସି ନିଗମର ଅଧ୍ୟକ୍ଷ କରିବା, ୨୪ରେ ଦଳୀୟ ଟିକଟ୍ ଦେବା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାର ଲୋଭନୀୟ ଅଫର୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।
ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାର ନିଷ୍ପତ୍ତିରେ ଏପର୍ୟ୍ୟନ୍ତ ଅଟଳ ଅଛନ୍ତି ରାଜେନ୍ଦ୍ର । ଏନେଇ ସେ କହିଛନ୍ତି, କୌଣସି ଜାଗାରେ ବିକ୍ରି ହେବାର ପ୍ରଶ୍ନ ଉଠୁନି। ମୋତେ ମୋ’ ମାଟି, ଧାମମଗର ଲୋକ କିଣି ନେଇଛନ୍ତି। ସମସ୍ତଙ୍କ ଆର୍ଶିବାଦ ଥିବାରୁ କୌଣସି ଚାପ କାମ କରିବନି। ସେଥିପାଇଁ ବିଜୟ ସୁନିଶ୍ଚିତ ବୋଲି ଭରସା ଅଛି।




admin 