ସିସୋଦିଆଙ୍କୁ ଗିରଫ କରିପାରେ ସିବିଆଇ

ସିସୋଦିଆଙ୍କୁ ଗିରଫ କରିପାରେ ସିବିଆଇ

ସିସୋଦିଆଙ୍କୁ  ଗିରଫ କରିପାରେ ସିବିଆଇ


ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ହାଜର ହେବା ଲାଗି ସିବିଆଇ ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି । ସକାଳ ୧୧ଟା ବେଳେ ଜେରାର ସମ୍ମୁଖୀନ ହେବା ଲାଗି ସମନରେ କୁହାଯାଇଛି। ଏନେଇ ସିସୋଦିଆ ନିଜ ଟ୍ୱିଟର ପେଜରେ ଉଲ୍ଲେଖ କରିଛନ୍ତି।
ସିବିଆଇ ସମନ ଜାରି କରିବା ପରେ ଆମ ଆଦମି ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ପଦକ୍ଷେପକୁ ସମାଲୋଚନା କରାଯାଇଛି। ସିସୋଦିଆଙ୍କୁ ଆଜି ସିବିଆଇ ଗିରଫ କରିବ ବୋଲି ଦଳ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। କେବଳ ଗୁଜୁରାଟ ନିର୍ବାଚନକୁ ଲକ୍ଷ୍ୟ ରଖି ସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି।
ସେପଟେ ମନୀଷ ସିସୋଦିଆ କହିଛନ୍ତି ଯେ, ଗତ ଥର ଚଢ଼ଉ ବେଳେ ସିବିଆଇ କିଛି ପାଇଲା ନାହିଁ ଏଥର ମଧ୍ୟ ସେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ।୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଦ୍ୱିତୀୟ ଥର ଜେରା କରିବାକୁ ଯାଉଛି। ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି।