ଧରାପଡିଲେ ଶିକାରୀ : ଜବତ ହେଲା ମହାବଳ ବାଘ ଛାଲ

ଧରାପଡିଲେ ଶିକାରୀ : ଜବତ ହେଲା ମହାବଳ ବାଘ ଛାଲ

ଧରାପଡିଲେ ଶିକାରୀ : ଜବତ ହେଲା ମହାବଳ ବାଘ ଛାଲ

ବାରିପଦା :  ଶିମିଳିପାଳରୁ ଏକ ମହାବଳ ବାଘର ଚମଡ଼ା ଜବତ ହୋଇଛି। ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ  ଧରା ପଡ଼ି ଯାଇଛନ୍ତି ଶିକାରୀ । ଏସ୍‌ଟିଏଫ୍ ଜଣେ ଶିକାରୀକୁ ଧରିଥିବା ବେଳେ ଦୁଇ ଜଣ ଚଂପଟ ମାରିଛନ୍ତି ।
ବାରିପଦା ଉଦଳା ରାସ୍ତାର ଶ୍ରୀଦାମଚନ୍ଦ୍ରପୁରଠାରେ  ଆଜି ସକାଳେ ୩ ଜଣ ବାଘ ଛାଲ ବିକ୍ରି  ପାଇଁ ଉଦ୍ୟମ କରୁଥିବା ଏସଟିଏଫ ଖବର ପାଇଥିଲା। ଏହାପରେ ଏସଟିଏଫ ଟିମ୍‌ ଗରାଖ ସାଜି ସେଠାରେ ପହଞ୍ଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ। ୫ ଲକ୍ଷରେ  ଡିଲ୍  ଫାଇନାଲ ହୋଇଥିଲା।  ଏହାପରେ ହଠାତ୍‌ ଏସ୍‌ଟିଏଫ୍ ଟିମ୍‌ ଚଢ଼ାଉ କରି ଜଣେ ଶିକାରୀକୁ ମାଡ଼ି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।

ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି । ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡ଼ିଥିବା ବେଳେ ତାହାର ଶରୀର କୁଆଡ଼େ ଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି।