ପିଲାଙ୍କ ମାନସିକ ସ୍ଥିତି ବଦଳାଇ ଦେଲା କରୋନା !
ପିଲାଙ୍କ ମାନସିକ ସ୍ଥିତି ବଦଳାଇ ଦେଲା କରୋନା !
କରୋନା ସମୟ ବିଶ୍ୱବାସୀଙ୍କ ପାଇଁ ଏକ ଦଣ୍ଡ ଥିଲା କହିଲେ ଚଳେ । ମାସମାସ ଧରି ଘରେ ରହିବା, ଚାକିରି ଚାଲିଯିବା, ବ୍ୟବସାୟ ଏକରକମ ଠପ ହୋଇଯିବା ଭଳି ସମସ୍ୟାମାନ ଉପୁଜିଥିଲା । କେବଳ ଯେ ଯୁବବର୍ଗ ଓ ବୟସ୍କ ପିଢ଼ି ଏଇଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତା’ ନୁହେଁ । ଛୋଟ ପିଲାମାନଙ୍କର ମାନସିକ ସ୍ଥିତି ମଧ୍ୟ କୋଭିଡ଼ କାରଣରୁ ବଦଳିଯାଇଛି ।
ଅନ୍ତର୍ଜାତୀୟ ବିଜ୍ଞାନ ପତ୍ରିକାରେ ଏ ସଂକ୍ରାନ୍ତରେ ଗବେଷକଙ୍କ ତଥ୍ୟ ପ୍ରକାଶିତ ହୋଇଛି । କୋଭିଡ଼ ସମୟରେ କିଶେରମାନଙ୍କ ମାନସିକ ସ୍ତର ୩ ବର୍ଷ ଆଗକୁ ବିକଶିତ ହୋଇଛି । କୋଭିଡ଼ ସମୟରେ କିଶୋରମାନଙ୍କ ମାନସିକ ସ୍ତର ୩ ବର୍ଷ ଆଗକୁ ବିକଶିତ ହୋଇଛି । ଦିନରାତି ୨୪ ଘଣ୍ଟା ସେମାନେ କେବଳ ଅନ୍-ଲାଇନରେ ନିଜକୁ ବୁଡ଼ାଇ ରଖିଥିଲେ । ବାପା-ମା’ଙ୍କୁ ନ ଜଣାଇ ବିଭିନ୍ନ ଅପରାଧଭିତ୍ତିକ କାର୍ଯ୍ୟକ୍ରମରେ ଲିପ୍ତ ରହିଲେ । କୋଭିଡ଼ ନିୟନ୍ତ୍ରଣକୁ ଆସିଗଲା, ହେଲେ କିଶୋରମାନଙ୍କ ଚପଳାମି ଚାଲିଗଲା। କରୋନା ସମୟରେ ଜନ୍ମ ନେଇଥିବା ପିଲାଙ୍କ ଠାରେ ମଧ୍ୟ ବିଭିନ୍ନ ପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଏ ଉପରେ ଅଧିକ ଗବେଷଣା ଜାରି ରହିଛି ।




admin 