ଧମାଲ କରୁଛି ଅବତାର-୨
ଧମାଲ କରୁଛି ଅବତାର-୨
ଇଣ୍ଡିଆନ ବକ୍ସ ଅଫିସରେ ଅବତାର-୨ ଦ ୱେ ଅଫ ୱାଟର ଫିଲ୍ମ ଦମଦାର ଧମାକା କରିଛି । ଫିଲ୍ମ ମୁକ୍ତିଲାଭ କରିବାରେ ମାତ୍ର ଦୁଇଦିନରେ ୧୦୦ କୋଟି ଟଙ୍କା ଆୟ କରିସାରିଛି । ଆସନ୍ତା ସପ୍ତାହ ସୁଦ୍ଧା ଫିଲ୍ମର ଆୟ ୧୫୦କୋଟି ଟପିଥିବ ବୋଲି ସିନେ ବିଶେଷଜ୍ଞ ଆକଳନ କରିଛନ୍ତି । ଡ଼ିସେମ୍ବର ୧୬ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ପ୍ରଥମ ଦିନରେ ୪୧କୋଟି ଟଙ୍କା ରୋଜଗାର କରିଥିଲା ।
ସବୁବର୍ଗ ବିଶେଷ କରି ଯୁବପିଢ଼ିଙ୍କ ଭିତରେ ଅବତାରର ସ୍ୱିକେଲ ଦେଖିବା ପାଇଁ ଅଦ୍ଭୁଦ ଉତ୍ସାହ ଦେଖିବାକୁ ମିଳିଛି । ଏହି ଫିଲ୍ମ ନିର୍ମାଣରେ ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ବିଶ୍ୱବ୍ୟାପୀ ଏହା ଅଦ୍ୟାବଧି ୧୭ଶହ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି । ତେବେ ‘ଆଭେଞ୍ଜର୍ସ ଏଣ୍ଡଗେମ’ ଠାରୁ ଅବତାର ୨ପଛରେ ରହିଛି । ଆଭେଞ୍ଜର୍ସ ଏଣ୍ଡଗେମ ପ୍ରଥମ ଦିନରେ ଭାରତରେ ୫୨କୋଟି ଟଭ୍କା କମାଇ ରେକଡର଼୍ କରିଛି । ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ଼ ଭାଷାରେ ମଧ୍ୟ ଅବତାର:୨ ରିଲିଜ ହୋଇଛି । ଅବତାରର ପ୍ରଥମ ଭାଗ ବିଶ୍ୱବ୍ୟାପୀ ୧୯ ହଜାର କୋଟି ଟଙ୍କା ଆୟ କରିଥିଲା ।




admin 