ଦ୍ଵିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ

ଦ୍ଵିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ

ଦ୍ଵିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ଏହି ପର୍ୟ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେଉଛି। ମୋଟ ୧୫୧୪ ପଂଚାୟତର ୨୦ ହଜାର ୪୩୬ ବୁଥରେ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ୟ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ । ଦିନ ୧ଟା ଯାଏଁ ମତଦାନ ଚାଲିବ। ଏହି ପର୍ୟ୍ୟାୟରେ ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତରେ ମଧ୍ୟ ମତଦାନ ଚାଲିଛି।

ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗ୍ରହଣ ହେଉଛି। ଯେଉଁଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି । କୋଟିଆ ପଞ୍ଚାୟତର ୧୩ଟି ବୁଥରେ ୫, ୭୯୦ ଭୋଟର୍ ମତଦାନ କରିବେ।