ଦେଶର ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫୁ୍ୟ

ଦେଶର ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫୁ୍ୟ

ଦେଶର ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫୁ୍ୟ
ନୂଆଦିଲ୍ଲୀ: ଦେଶରେ ବର୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଏହି ଦ୍ୱିତୀୟ ଲହର ବହୁ କ୍ଷିପ୍ର ଗତିରେ ବଢି ଚାଲିଛି । ଆଜି ମଧ୍ୟ ଦେଶରୁ ୯୬ ହଜାର ୯୮୨ ଜଣ କରୋନା ପଜିଟି ଚିହ୍ନଟ ହୋଇଥିବା ହୋଇଛନ୍ତି । ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା । ଦେଶରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଦେଶର ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫୁ୍ୟ ଲାଗିବ ବୋଲି ଘୋଷଣା କରାଯାଇଛି । ଏପ୍ରିଲ ୩୦ ଯାଏଁ ଲାଗୁ ହେଲା ନାଇଟ୍ କର୍ଫୁ୍ୟ । ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ କର୍ଫୁ୍ୟ ରହିବ ।