ଦେଶରେ ୨୪ ଘଣ୍ଟାରେ ୧,୯୦୧ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧,୯୦୧ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧,୯୦୧ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏହା ସହିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି । ଗତ ୨୪ଘଣ୍ଟାରେ ଦେଶରେ ୧ହଜାର୯୦୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୯ଲକ୍ଷ ୯୩ହଜାର ୪୯୪କୁ ବୃଦ୍ଧି ପାଇଛି ।

ଗତ ୨୪ଘଣ୍ଟାରେ କେରଳରୁ ସର୍ବାଧିକ ୮୮୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୨୫୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 

 

 ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୪୦ହଜାର ତଳେ ରହିଛି । ଦେଶରେ ସକ୍ରିୟ ମାମଲା ୩୬ହଜାର ୧୬୮ରହିଛି । ଦେଶରେ ଗତ ୨୪ଘଣ୍ଟାରେ ୪ହଜାର ୩୭୭ଜଣ କରୋନାକୁ ମାତ୍ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୪ଲକ୍ଷ ୪୧ହଜାର ୪୯୯ରେ ପହଞ୍ଚି ଯାଇଛି । ଦେଶରେ  ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି । ଦେଶରେ ଟିକାକରଣ ସଂଖ୍ୟା ୧୮୦କୋଟି ୨୦ଲକ୍ଷ ଟପିଛି ।  ସେମାନଙ୍କ ମଧ୍ୟରୁ ୯୧କୋଟି ୧୦ଲକ୍ଷରୁ ଅଧିକ ପ୍ରଥମ ଡୋଜ ଥିବାବେଳେ ୭୮କୋଟି ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।