ଦେଶରେ ୨୪ ଘଣ୍ଟାରେ ୧୫, ୧୦୨ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୫, ୧୦୨ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୫, ୧୦୨ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୧୫ହଜାର ୧୦୨ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୮ଲକ୍ଷ ୬୭ହଜାର ୩୧କୁ ବୃଦ୍ଧି ପାଇଛି । 

ମଧ୍ୟ  ଦ୍ରୁତ ବେଗରେ ଚାଲିଛି । ଦେଶରେ ଟିକାକରଣ ସଂଖ୍ୟା ୧୭୬କୋଟି ୨୦ଲକ୍ଷ ଟପିଛି ।

ଗତ ୨୪ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୫ହଜାର ୬୯୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୧ହଜାର ୮୦, ମିଜୋରାମରେ ୧ହଜାର ୨୯୫, କର୍ଣ୍ଣାଟକରେ ୭୬୭, ରାଜସ୍ଥାନରେ ୬୧୬ଜଣ ନୂଆ ଆନ୍ତ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ୬୭୧ ଏବଂ ମଧ୍ୟପ୍ରଦେଶରେ ୮୪୭ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ର୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 


 ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୧ଲକ୍ଷ ୬୪ହଜାର ୫୨୨ରହିଛି ।   ଗତ ୨୪ ଗଣ୍ଟାରେ ୩୧ହଜାର ୩୭୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୧ଲକ୍ଷ ୮୯ହଜାର ୮୮୭ରେ ପହଞ୍ଚି ଯାଇଛି । ଦେଶରେ  ଟିକାକରଣ ପ୍ରକ୍ରିୟା