ୟୁକ୍ରେନ୍‌ରୁ ଫେରିଲେ ୨୪୨ ଭାରତୀୟ

ୟୁକ୍ରେନ୍‌ରୁ ଫେରିଲେ ୨୪୨ ଭାରତୀୟ

ୟୁକ୍ରେନ୍‌ରୁ ଫେରିଲେ ୨୪୨ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧ ବାତାବରଣ ମଧ୍ୟରେ ୟୁକ୍ରେନ୍‌ରୁ ଫେରିଛନ୍ତି ୨୪୨ ଭାରତୀୟ। ଭାରତୀୟ ନାଗରିକଙ୍କ ଆଣିବା ପାଇଁ ୟୁକ୍ରେନ ଯାଇଥିବା ଏୟାର ଇଣ୍ଡିଆର ବି-୭୮୭ ବିମାନ ରାତି ପ୍ରାୟ ୧୦ଟା ୪୫ ମିନିଟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅବତରଣ କରିଛି । ବିମାନ ଯୋଗେ ୨୪୨ ଭାରତୀୟ ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି ।

ଭାରତ ପକ୍ଷରୁ ପଠାଯାଇଥିବା ଏହି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନ ରାଜଧାନୀ କିବରୁ ମଙ୍ଗଳବାର ସନ୍ଧ୍ୟା ୭.୩୦ଟା ସମୟରେ ଉଡ଼ାଣ ଭରିଥିଲା । ଏୟାର ଇଣ୍ଡିଆର ବୋଇଙ୍ଗ-୭୮୭ ବିମାନରେ ୨୪୨ ଯାତ୍ରୀ ଭାରତ ଫେରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବା ସହ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଯୁଦ୍ଧ ପରିସ୍ଥିତି ଉଗ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ବିଭିନ୍ନ ଦେଶ ୟୁକ୍ରେନରେ ଥିବା ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡିଥିବା ବେଳେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ବ୍ୟାପକ କରିଛନ୍ତି ।ଭାରତ ମଧ୍ୟ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ପରିପ୍ରେକ୍ଷୀରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ମଙ୍ଗଳବାର ୟୁକ୍ରେନ ଅଭିମୁଖେ ଉଡାଣ ଭରିଥିଲା ।