ଦେଶରେ ମେଡ଼ିକାଲ ଅକ୍ସିଜେନର ଯୋଗାଣ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା - ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ମେଡ଼ିକାଲ ଅକ୍ସିଜେନର ଯୋଗାଣ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା - ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ମେଡ଼ିକାଲ ଅକ୍ସିଜେନର ଯୋଗାଣ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, – ପିଏମ୍ କେୟାର୍ସ ପାଣ୍ଠିରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ସହ ଅତିରିକ୍ତ ୫୦୦ଟି ପ୍ରେସର ସ୍ୱିଇଂ ଏଡସରସ୍ପନ (ପିଏସଏ) ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା କରିବା ନିଷ୍ପତିକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମଗ୍ର ଭାରତବର୍ଷର ଅକ୍ସିଜେନର ଚାହିଦା ଥିବା ଅଂଚଳ ତଥା ଡ଼ିମାଣ୍ଡ କ୍ଲଷ୍ଟର ନିକଟରେ ମେଡ଼ିକାଲ ଅକ୍ସିଜେନର ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରାଥମିକତା ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟ ତଥା ଟାୟର ୨ ସହର ଏବଂ ଅଧିକ କରୋନା ସଂକ୍ରମିତ ରାଜ୍ୟ ଗୁଡ଼ିକରେ ତରଳ ମେଡିକାଲ ଅକ୍ସିଜେନ୍ ଯୋଗାଣକୁ ବୃଦ୍ଧି କରିବା ପାଇଁ ପିଓସିର କ୍ରୟ ଏବଂ ପିଏସଏ ଅକ୍ସିଜେନ୍ ପ୍ଲାଂଟ୍ ଯଥାଶୀଘ୍ର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିଦେ୍ର୍ଧଶ ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍କ ରିଛନ୍ତି ।