ଦେଶବିଦେଶର ସାବୁନ ସଂଗ୍ରହ କରିବା ସଲମାନଙ୍କ ସଉକ
ଦେଶବିଦେଶର ସାବୁନ ସଂଗ୍ରହ କରିବା ସଲମାନଙ୍କ ସଉକ
ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍ । କିଏ ତାଙ୍କୁ ଦବଙ୍ଗ ଖାନ୍ ନାମରେ ଡ଼ାକନ୍ତି ତ’ ଆଉ କିଏ ତାଙ୍କୁ ସୁଲତାନ । ସଲମାନ ଜଣେ ସାଧାସିଧା ମଣିଷଟେ । ତାଙ୍କର ସେମିତି କୌଣସି ଦାମୀ ସଉକ ନାହିଁ । ନାମୀଦାମୀ କମ୍ପାନୀର ପୋଷାକ ପିନ୍ଧିବାକୁ ମଧ୍ୟ ସେ ପସନ୍ଦ କରନ୍ତିନି । ତାଙ୍କର ଏକମାତ୍ରା ବିଚିତ୍ର ସଉକ ହେଉଛି ଦେଶବିଦେଶର ସାବୁନ ସଂଗ୍ରହ କରିବା । ସାବୁନର ବାସ୍ନା ତାଙ୍କୁ ବହୁତ ଭଲ ଲାଗେ । ତାଙ୍କ ଶୋଇବା ଘର ଥାକରେ କପଡ଼ା, ବହି କିମ୍ବା ଅତର ସେତେ ସଂଖ୍ୟାରେ ନଥାଏ, କିନ୍ତୁ ୨୦୦-୩୦୦ ବାସ୍ନାର ସାବୁନ ନିଶ୍ଚୟ ଥିବ । ଫଳ ବାସ୍ନା ସାବୁନ ତାଙ୍କର ସବୁଠୁ ପ୍ରିୟ ।
ସେ ନିଜେ ବିଦେଶ ଗଲେ, ସେଠିକା ବଜାରରୁ ସାବୁନ କିଣିବାକୁ ଭୁଲନ୍ତିନି । ସାଙ୍ଗସାଥି, ପରିବାରଲୋକ ଯିଏ ଯୁଆଡେ଼ ଗଲେ ମଧ୍ୟ ସଲମାନଙ୍କ ପାଇଁ ସାବୁନ ନିଶ୍ଚୟ ଆଣିଥିବେ ।




admin 