ରୋମାନିଆରେ ଦଣ୍ଡବୈଠକ କଲେ ମାଗଣା ବସ ଟିକଟ
ରୋମାନିଆରେ ଦଣ୍ଡବୈଠକ କଲେ ମାଗଣା ବସ ଟିକଟ
ରୋମାନିଆ: ଦେଶବାସୀଙ୍କ ସ୍ୱାସ୍ଥ୍ୟ ଚିନ୍ତାରେ ରୋମାନିଆ ସରକାର ଚିନ୍ତିତ । ଗଲା ୩-୪ବର୍ଷ ଭିତରେ ସେଠି ଅଧିକାଂଶ ଲୋକ ମେଦବହୁଳ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଲୋକଙ୍କୁ ସଚେତନ କରିବାକୁ ଯାଇ କିଛି ମାସ ତଳେ ପ୍ରଥମେ ସେମାନଙ୍କୁ କାରରେ ନିୟମିତ ଯା-ଆସକୁ ନିୟନ୍ତ୍ରଣ କରାଗଲା । ପାର୍କିଂ ଫିର ଦର ଅତ୍ୟଧିକ ବଢ଼ାଗଲା । ଲୋକେ ଧୀରେଧୀରେ ଏସବୁ ନିୟମ ସହିତ ଅଭ୍ୟସ୍ତ ହେଉଥିଲେ ।
ଏ ଭିତରେ ରୋମାନିଆ ପ୍ରଶାସନ ନୂଆ ନିୟମ ଲାଗୁ କରିଛି । ବସରେ ଯାତ୍ରା କରୁଥିବା ଲୋକେ ଯଦି ଟିକେଟ କାଉଣ୍ଟର ସାମ୍ନାରେ ୨୦ଥର ଦଣ୍ଡ ବୈଠକ କରିବେ, ସଙ୍ଗେସଙ୍ଗେ ମାଗଣା ଟିକେଟ ତାଙ୍କୁ ମିଳିବ । କାଉଣ୍ଟର ସମ୍ମୁଖରେ ଲାଗିଥିବା କ୍ୟାମେରା ୨୦ଥର ଦଣ୍ଡବୈଠକ କରୁଥିବା ବ୍ୟକ୍ତିଙ୍କର ଭିଡ଼ିଓ ରେକଡର଼୍ କରିବ । ସେଥିରେ ଖଞ୍ଜା ହୋଇଥିବା ସେନସର ଜରିଆରେ ଟିକେଟ ବାହାରୁଛି । ସ୍ଥାନୀୟ ଲୋକେ ମଧ୍ୟ ମାଗଣା ଟିକେଟ ପାଇଁ ଦଣ୍ଡବୈଠକ କରୁଥିବା ଦେଖାଯାଉଛି ।




admin 