ଭିଡିଓ ଗେମରେ ମାତିଛନ୍ତି କୁକୁର

ଭିଡିଓ ଗେମରେ ମାତିଛନ୍ତି କୁକୁର

ଭିଡିଓ ଗେମରେ ମାତିଛନ୍ତି କୁକୁର
ଲଣ୍ଡନ: ଧନୀ ଲୋକମାନେ ସେମାନଙ୍କ ପୋଷା କୁକୁର, ବିଲେଇ ଯତ୍ନରେ ହେଳା କରନ୍ତିନି । ରୀତିମତ ସେମାନଙ୍କ ଡାକ୍ତିରୀ ପରୀକ୍ଷା ସହ ପ୍ରାଣୀଙ୍କ ପାଇଁ ଉଦ୍ଧିଷ୍ଟ ସେଲୁନ୍, ସ୍ପାରେ କୁକୁର, ବିଲେଇଙ୍କ ସୌନ୍ଦର୍ଯ୍ୟ ଚର୍ଚ୍ଚା ବି କରାଯାଏ । ଗଲା କିଛି ମାସ ଅନୁଧ୍ୟାନରୁ ଜଣାପଡ଼ିଲା ଯେ, ଲଣ୍ଡନରେ ଅଧିକାଂଶ କୁକୁର ଡ଼ିମେନସିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେମାନଙ୍କୁ ପାଳୁଥିବା ମାଲିକମାନେ ପଶୁ ଡାକ୍ତରଙ୍କ ପାଖକୁ ବାରମ୍ବାର ଧାଇଁଲେ । ବିଶେଷଜ୍ଞ ଦଳ କୁକୁରଙ୍କ ଉପରେ ଅନୁଧ୍ୟାନ କରି ସମାଧାନ ବି ବାହାର କରିଛନ୍ତି । ସ୍ୱତନ୍ତ୍ର ଭାବେ କୁକୁରଙ୍କ ପାଇଁ ଭିଡ଼ିଓଗେମ ତିଆରି କରାଯାଇଛି । ଭିଡ଼ିଓଗେମ ପରଦା ଟଚସ୍କ୍ରିନ ହୋଇଥିବାରୁ କୁକୁର ନିଜ ମୁହଁ ଲଗାଇ ଗେମ ଖେଳିବ । କୁକୁର ମୁହଁ ସ୍କି୍ରନକୁ ସ୍ପର୍ଶ କରିବା ମାତ୍ରକେ ଖେଳ ଆରମ୍ଭ ହେଉଛି । ପୂରା ଗେମର ସେଟଅପ ଘରେ ଲଗାଇବାକୁ ଦେଢ଼ଲକ୍ଷରୁ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଲଣ୍ଡନରେ ଏହି କୁକୁର ଭିଡ଼ିଓଗେମ ଚାହିଦା ବଢ଼ିବାରେ ଲାଗିଛି । ୨୦୦୦ରୁ ଅଧିକ ଲୋକ କୁକୁରଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଏହି ଭିଡ଼ିଓଗେମ ଲଗାଇସାରିଲାଣି । ୯ଫୁଟ ଦୀର୍ଘ କେଶ ସଜାଇ ରେକଡର଼୍