ଦୀପ ସିଦ୍ଧୁକୁ ଗିରଫ କଲା ଦିଲ୍ଲୀ ପୁଲିସ

ଦୀପ ସିଦ୍ଧୁକୁ ଗିରଫ କଲା ଦିଲ୍ଲୀ ପୁଲିସ

ଦୀପ ସିଦ୍ଧୁକୁ ଗିରଫ କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ : ଲାଲକିଲ୍ଲା ହିଂସାରେ ସଂପୃକ୍ତ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁକୁୁ ନୂଆଦିଲ୍ଲୀ ପୁଲିସ ଗିରଫ କରିଛି । ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହୋଇଥିବା ଟ୍ରାକ୍ଟର ରାଲି ଅବକାଶରେ ଚାଷୀମାନେ ଉତ୍ୟକ୍ତ ହୋଇ ଭଙ୍ଗାରୁଜା କରିଥିଲେ । ଦୀପ ସିଦ୍ଧୁ ହିଁ ଏଥିପାଇଁ ଉସକାଇଥିବା ନେଇ ଅଭିଯୋଗ ହୋଇଥିଲା । ସେବେଠାରୁ ଦୀପ ସିଦ୍ଧୁ ଫେରାର ଥିବାବେଳେ ସୋମବାର ବିଳମ୍ବିତ ରାତିରେ ତାକୁ ଗିରଫ କରିବାରେ ଦିଲ୍ଲୀ ପୁଲିସ ସମର୍ଥ ହୋଇଛି । ଗତ ସପ୍ତାହରେ ଦିଲ୍ଲୀ ପୁଲିସ ଲାଲକିଲ୍ଲା ହିଂସାରେ ଜଡ଼ିତ ପ୍ରମୁଖ ୮ ସନ୍ଦିଗ୍ଧଙ୍କ ସୂଚନା ପାଇଁ ୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ସିଦ୍ଧୁ, ଯୁଗରାଜ ଓ ଅନ୍ୟ ଦୁଇ ଜଣଙ୍କ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ ବୋଲି ସୂଚନା ମିଳିଥିଲା । ଅପରପକ୍ଷରେ ଦୀପଙ୍କ ସମେତ ଅନ୍ୟମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲା । ପୁଲିସ ଡରରେ ସେମାନଙ୍କ ପରିବାର ଲୋକଙ୍କ ଭିତରୁ ଅନେକଙ୍କୁ ବି ପୁଲିସ ପାଇପାରିନଥିଲା । ସୂଚନାଯୋଗ୍ୟଯେ, ଲାଲକିଲ୍ଲା ବିକ୍ଷୋଭ ବେଳେ ଭୟାନକ ହିଂସାକାଣ୍ଡ ଘଟିଥିଲା । ଚାଷୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ଅନେକ ଆହତ ମଧ୍ୟ ହୋଇଥିଲେ । ବିଭିନ୍ନ ଭିଜୁଆଲରେ ସିଦ୍ଧୁ ଉସକାଉଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ପୁଲିସ ପ୍ରାୟ ୧୬୦ ଗାଡ଼ି ଓ ୧୦୦ ଟ୍ରାକ୍ଟର ବି ଚିହ୍ନଟ କରିଥିଲା । ବିକ୍ଷୋଭକାରୀମାନେ ବ୍ୟାରିକେଡ଼ ଭାଙ୍ଗି ଘାଜିପୁର, ସିଂଘୁ ଓ ଟିକରିରେ ପହଁଚିବା ସହ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ । ସେହିପରି ପୁଲିସର ପାଲଟା ଆକ୍ରମଣରେ ବି ଅନେକ କୃଷକ ଆହତ ହୋଇଥିଲେ ।