ହିମସ୍ଖଳନରେ ଓଡିଆ ଯୁବକ ନିଖୋଜ

ହିମସ୍ଖଳନରେ ଓଡିଆ ଯୁବକ ନିଖୋଜ

ହିମସ୍ଖଳନରେ ଓଡିଆ ଯୁବକ ନିଖୋଜ
ଭୁବନେଶ୍ୱର : ଉତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ ଯୁବକ ଜଣକ ହେଲେ ଚାନ୍ଦବାଲି ବ୍ଲକ ପଂଚାୟତ କୁଦପାନ୍ଥି ଗାଁର ବାସିନ୍ଦା । ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ପତା ମିଳୁ ନାହିଁ । ତପୋବନର ରେଣୀ ବ୍ୟାରେଜଡରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ । ତପୋବନରେ କାମ କରୁଥିବା ବେଳେ ହିମସ୍ଖଳନରେ ନିଖୋଜ ହୋଇଯାଇଛନ୍ତି । ସମସ୍ତ ନିଖୋଜକୁ ଉଦ୍ଧାର ପାଇଁ ଏନଡିଆରଏଫ ଓ ଓଡ୍ରାଫ ବାହିନୀ ଲାଗିଛନ୍ତି । କିଛି ନିଖୋଜଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆହୁରୀ ନିଖୋଜଙ୍କ ପତା ମିଳୁନି ।