ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ୟାତନା ମାମଲାରେ ସୁରେଶ ବେହେରାକୁ ଅଟକ

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ୟାତନା ମାମଲାରେ ସୁରେଶ ବେହେରାକୁ ଅଟକ

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ୟାତନା ମାମଲାରେ ସୁରେଶ ବେହେରାକୁ ଅଟକ
ଭୁବନେଶ୍ୱରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ୟାତନା ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁରେଶ ବେହେରାକୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ପଳାସପଲ୍ଲୀ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ଥିଲେ ସୁରେଶ ବେହେରା । ସୁରେଶଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ଯୌନ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀ । ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦରମା ମାଗିବାରୁ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସଂପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଳୀଳ ଇଂଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।