ଭଦ୍ରକ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ମାଆ ଓ ପୁଅ

ଭଦ୍ରକ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ମାଆ ଓ ପୁଅ

ଭଦ୍ରକ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ମାଆ ଓ ପୁଅ
ଭଦ୍ରକ : ଲୋକଙ୍କ ଅଭିଯୋଗ ଶୁଣିବା ସହ ନ୍ୟାୟ ଦେବାକୁ ଦେବାକୁ ପୁଲିସ କିଛି ଶୁଣିଲାନାହି । ଫଳରେ ନ୍ୟାୟ ଦୌଉଡି ଦୌଉଡି ଶେଷରେ ଭଦ୍ରକ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ମାଆ ଓ ପୁଅ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜୋଶ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଜମିଜମା ମାମଲା ନେଇ ଥାନାରେ ଅଭିଯୋଗ କରିଥିଲେ । ଜମିଜମା ମାମଲାରେ କୋର୍ଟରୁ ଡିଗ୍ରୀ ପାଇଥିଲେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ଗୃହ ନିର୍ମାଣ କରୁଛନ୍ତି । ପୂର୍ବରୁ ଏହି ଘଟଣାକୁ ନେଇ ମାଆ ଓ ପୁଅ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଶେଷରେ ଏସପି ଅଫିସ ଅଭିଯୋଗ କରିଥିଲେ । ତେବେ ବାରମ୍ବାର ଦୌଡ଼ି ବା ପରେ ବି ନ୍ୟାୟ ନ ପାଇବାରୁ ଆଜି ଏସପିଙ୍କ ଅଫିସ ସାମନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି ।