ଦିନକରେ ୨୨,୭୭୫ କରୋନା ସଂକ୍ରମିତ
ଦିନକରେ ୨୨,୭୭୫ କରୋନା ସଂକ୍ରମିତ
ଭୁବନେଶ୍ୱର: ଦେଶରେ ପୁଣି ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୨୨,୭୭୫ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪୦୬ଜଣ କରୋନାରେ ମୃତୁ୍ୟବରଣ କରିଛନ୍ତି । ଆଜିର ମୃତୁ୍ୟ ସଂଖ୍ୟାକୁ ମିଶାଇ ଦେଶରେ ମୋଟ କୋଭିଡ ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୧ହଜାର ୪୮୬ରେ ପହଞ୍ଚିଛି ।
ଏହି ସମୟ ମଧ୍ୟରେ ୮,୯୪୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୩କୋଟି ୪୨ଲକ୍ଷ ୭୫ହଜାର ୩୧୨ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ରହିଛି ୧୦,୪୭୮ ।




admin 