ଦଳିଦେଲା ହାତୀ

ଦଳିଦେଲା ହାତୀ

ଦଳିଦେଲା ହାତୀ
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ, ନାକଟିଦେଉଳ ରେଞ୍ଜ, ବସାଲଇ ଗାଁରେ କେନ୍ଦୁପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଜୀବନ ହାରିଲେ ବ୍ୟକ୍ତି । ମୃତକ ହେଉଛନ୍ତି ୫୫ ବର୍ଷୀୟ ବିରଞ୍ଚି ବାଦୀ । ଗତକଲିଠାରୁ କେନ୍ଦୁପତ୍ର ଗୁଛା କାଟିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ବିରଞ୍ଚି । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପାଖ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ହାତୀ ଆକ୍ରମଣରେ ବିରଞ୍ଚି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।