ଟ୍ରଲର ସହ କାର୍‌ ମୁହାଁମୁହିଁ ଧକ୍କା , 1 ମୃତ, 4 ଗୁରୁତର

ଟ୍ରଲର ସହ କାର୍‌ ମୁହାଁମୁହିଁ ଧକ୍କା , 1 ମୃତ, 4 ଗୁରୁତର

 ଟ୍ରଲର ସହ କାର୍‌ ମୁହାଁମୁହିଁ ଧକ୍କା ,  1 ମୃତ, 4 ଗୁରୁତର
ବୌଦ୍ଧ: ​ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ଆଜି ସକାଳେ ଦୁର୍ଘଟଣା ଘଟିଛି । ଆଜି ସକାଳେ କରଡ଼ାକୋଠାଠାରେ ରାସ୍ତା କଡରେ ଏକ ଟ୍ରଲର ଛିଡ଼ା ହୋଇଥିଲା । କାର୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୩୦ ବର୍ଷୀୟ ଅରୁଣ ମେହର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ବଲାଙ୍ଗୀର ଜିଲ୍ଲା ରୁଗୁଡିପାଲି ଅଂଚଳର ଛବି ମେହେର,ବେଳପଦର ର ବିଦୁଭୂଷଣ ମେହେର,ଅଶୋକ ମେହେର,ରାମ ମେହେର ବୋଲି ଜଣାପଡିଛି । ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି । ପୁରୁଣାକଟକ ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ମତେ, ଅରୁଣ ନିଜ ବାପାଙ୍କ ଅନ୍ତିମ ସଂସ୍କାର ପୁରୀରେ ସାରି ନିଜ ସମ୍ପର୍କୀୟଙ୍କ ସହ ଏକ କାର୍‌ ଯୋଗେ ଘରକୁ ଫେରୁଥିଲେ। ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି