ଦରଦାମ୍ ବୃଦ୍ଧି ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ : ଗଣେଶ୍ବର ବେହେରା
ଦରଦାମ୍ ବୃଦ୍ଧି ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ : ଗଣେଶ୍ବର ବେହେରା

ଲୋକେ ବର୍ତ୍ତମାନ ଦରଦାମ୍ ବୃଦ୍ଧିରେ ଆଉଟୁପାଉଟୁ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ବଜେଟରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଦେଶର ୪୧% ଯୁବକ ବେକାର ହୋଇ ବୁଲୁଥିବା ବେଳେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ କେନ୍ଦ୍ରୀୟ ବଜେଟରେ ସରକାର କିଛି ଆଣି ନାହାନ୍ତି। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ଆକାଶଛୁଆଁ ଥିବାବେଳେ ଏହା ଉପରେ କେନ୍ଦ୍ର ସରକାର ଟିକସ ହ୍ରାସ କରିନାହାନ୍ତି।
ଅର୍ଥନୈତିକ ଅସମତା ବଜେଟରେ ରହିଛି। ଦେଶର ୧ ଭାଗ ଲୋକଙ୍କ ପାଖରେ ସାଢ଼େ ୪୦ ଭାଗ ସମ୍ପତ୍ତି ଥିବାବେଳେ ଅର୍ଥନୈତିକ ଦୂରୀକରଣ ପାଇଁ ବଜେଟରେ କିଛି ଘୋଷଣା କରାଯାଇନି।