ପାଇଖାନା ଟାଙ୍କିରୁ ମିଳିଲା ନବ ଦାସଙ୍କ ହତ୍ୟା ପ୍ରମାଣ !

ପାଇଖାନା ଟାଙ୍କିରୁ ମିଳିଲା ନବ ଦାସଙ୍କ ହତ୍ୟା ପ୍ରମାଣ !

ପାଇଖାନା ଟାଙ୍କିରୁ ମିଳିଲା ନବ ଦାସଙ୍କ ହତ୍ୟା ପ୍ରମାଣ !


ଭୁବନେଶ୍ୱର : ସାରା ରାଜ୍ୟରେ ଚହଳ ପକାଇଥିବା ସ୍ୱାସ୍ଥ୍ର୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ରାଜନୈତିକ ତାତି ଦେଖିବାକୁ ମିଳୁଥିବାବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ଗୋପାଳ ଦାନସଙ୍କ ହାତଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି ବୋଲି କୁହାଯାଉଛି । ୧୨ଖଣ୍ଡର ହାତ ଲେଖା କାଗଜ ସ୍ୱରେଜ ଟାଙ୍କିରୁ ମିଳିଛି । ଗୋପାଳ ନିଜେ ଏହି   ଚିଠି ଲେଖିଥିବା ମାନିଛି । ଏହି ଚିଠିଟି ନାଲି ରଙ୍ଗରେ ଗୋପାଳ ଲେଖିଛି । ଇଂରାଜୀ ଏବଂ ଓଡିଆରେ ଏସବୁ ଲେଖାଯାଇଛି। 

ସୂଚନା ଅନୁସାରେ  ଗତକାଲି ରାତିରୁ ପାଇଖାନା ଟାଙ୍କିରେ ଖୋଜାଖୋଜି ଚାଲିଥିଲା । କ୍ରାଇମବ୍ରାଞ୍ଚ ଟିମ୍‌ ବିମାନ ବନ୍ଦର ଟାଙ୍କି ଖୋଳିଥିଲା । ଖୋଜାଖୋଜି ପରେ ଚିଠି ପାଇଥିବା କ୍ରାଇମବ୍ରାଞ୍ଚର ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । 


ପ୍ରକାଶଥାଉକି ଗତ ରବିବାର ଦିନ ମନ୍ତ୍ରୀ ନବ ଦାସ ଏକ ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ସମୟରେ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି ମାରିଥିଲେ । ଗୁଳିଟି ତାଙ୍କ ଛାତି ତଳେ ବାଜିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲେ ବି ଜୀବନ ଯୁଦ୍ଧରେ ସେ ହାରି ଯାଇଥିଲେ।