ଦକ୍ଷିଣ-ପଶ୍ଚିମ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି : ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ

ଦକ୍ଷିଣ-ପଶ୍ଚିମ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି : ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ

ଦକ୍ଷିଣ-ପଶ୍ଚିମ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି : ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିଛି । ମହାନଦୀର ଉପରମୁଣ୍ଡରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିବା ସହ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଉପରମୁଣ୍ଡରେ ୧୪ ଏମଏମ ବର୍ଷା ହୋଇଛି । ବନ୍ୟା ଆଶଙ୍କା ନାହିଁ । ହୀରାକୁଦରେ ଜଳସ୍ତର ଏବେ ୬୦୦.୭୯ ଘନ ଫୁଟ ରହିଛି । ୨୩ ଶହ କୁ୍ୟସେକ ଜଳ ପ୍ରବେଶ କରୁଛି । ୧୩ ହଜାର କୁ୍ୟସେକ ଜଳ ନିଷ୍କାସିତ ହେଉଛି । ୟଶ ପାଇଁ କ୍ଷତିଗ୍ରସ୍ତ ୧୨୬ରୁ ୧୨୧ଟି ଘାଇ ସମ୍ପୂର୍ଣ୍ଣ ମରାମତି ହୋଇସାରିଛି । ଆଗାମୀ ୩ ଦିନରେ ୩ ଇଞ୍ଚ ବର୍ଷା ଆକଳନ କରାଯାଉଥିବାବେଳେ ଅଫିସରମାନେ ସଜାଗ ଅଛନ୍ତି । ଅନ୍ୟପକ୍ଷରେ ଆଜି ସାରା ଓଡ଼ିଶାକୁ ଛଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେଉଁଝର,ମୟୂରଭଞ୍ଜ,ସୁନ୍ଦରଗଡ,ଅନୁଗୁଳ,ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ଜାରି ଜାରି କରାଯାଇଛି। ଏହା ସହିତ ଜଗତସିଂହପୁର, ପୁରୀ, ଖୋର୍ଧା, କୋରାପୁଟ,ମାଲକାନଗିରି,କଳାହାଣ୍ଡି, କଟକ ଏବଂ ନବରଙ୍ଗପୁର, ଢେଙ୍କାନାଳ,ଯାଜପୁର,ଭଦ୍ରକ,କେନ୍ଦ୍ରାପଡା, ବାଲେଶ୍ବର ଆଦି ଜିଲ୍ଲା ଗୁଡିକରେ ସାମାନ୍ୟରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଚେତାବନୀ ଜାରୀ କରାଯାଇଛି।