କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୫ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୫ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୫ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୫ ପ୍ରାଣ ହରାଇଛନ୍ତି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୦୮୦ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବାଲେଶ୍ୱରରେ ୧, ବରଗଡରେ ୨, ବୌଦ୍ଧରେ ୩, କଟକରେ ୫, ଢେଙ୍କାନାଳରେ ୪, ଜଗତସିଂହପୁରରେ ୧, ଯାଜପୁରରେ ୧, ଝାରସୁଗୁଡାରେ ୩, କଳାହାଣ୍ଡିରେ ୫, କେନ୍ଦ୍ରାପଡାରେ ୧, ଖୋର୍ଦ୍ଧାରେ ୬, ମାଲକାନାଗିରିରେ ୧, ମୟୂରଭଞ୍ଜରେ ୧, ନୟାଗଡରେ ୧, ରାୟଗଡାରେ ୨ ଓ ସୁନ୍ଦରଗଡରେ ୪ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩୮୫, ବାଲେଶ୍ୱରରେ ୩୭୩, ବରଗଡରେ ୯୯, ଭଦ୍ରକରେ ୩୭୦, ବଲାଙ୍ଗୀରରେ ୭୭, ବୌଦ୍ଧରେ ୭୩, କଟକରେ ୩୪୯, ଦେବଗଡରେ ୨୨, ଢେଙ୍କାନାଳରେ ୩୦୬, ଗଜପତିରେ ୪୪, ଗଞ୍ଜାମରେ ୩୫, ଜଗତସିଂହପୁରରେ ୨୩୨, ଯାଜପୁରରେ ୪୧୩, ଝାରସୁଗୁଡାରେ ୫୪, କଳାହାଣ୍ଡିରେ ୫୩, କନ୍ଧମାଳରେ ୬୫, କେନ୍ଦ୍ରାପଡାରେ ୨୩୫, କେନ୍ଦୁଝରରେ ୧୩୦, ଖୋର୍ଦ୍ଧାରେ ୮୫୩, କୋରାପୁଟରେ ୧୨୯, ମାଲକାନାଗିରିରେ ୧୧୬, ମୟୂରଭଞ୍ଜରେ ୨୬୧, ନବରଙ୍ଗପୁରରେ ୧୭୪, ନୟାଗଡରେ ୧୭୭, ନୂଆପଡାରେ ୩୭, ପୁରୀରେ ୨୪୧, ରାୟଗଡାରେ ୧୬୬, ସମ୍ବଲପୁରରେ ୯୨, ସୋନପୁରରେ ୭୭, ସୁନ୍ଦରଗଡ଼ରେ ୧୧୩ ଓ ରାଜ୍ୟ ପୁଲରେ ୧୪୫ ଜଣ ସଂକ୍ରମିତ ହୋଇଛନ୍ତି ।