ଆଜି ରାଜଧାନୀରୁ ୧୯୦ଜଣ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜଧାନୀରୁ ୧୯୦ଜଣ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜଧାନୀରୁ ୧୯୦ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ ୧୯୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍ରୁ ୧୩୮ଜଣ ଚିହ୍ନଟ ହୋଇଥିବାବେଳେ ୫୨ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍ସି ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ୧୩୮ଜଣଙ୍କ ମଧ୍ୟରୁ କପିଳେଶ୍ବରରୁ ୨୧ ଜଣ, ବମିଖାଲ ଗାୟତ୍ରୀ ଏନ୍କ୍ଲେଭ୍ରୁ ୬ ଜଣ, ବରମୁଣ୍ଡା ବେହେରା ସାହିରୁ ୭ଜଣ ରହିଛନ୍ତି। ସେହିପରି ସମାନ୍ତରାପୁରରୁ ୩ ଜଣ, ୟୁନିଟ୍-୧ ରୁ୫ ଜଣ, ସହିଦ ନଗରରୁ ୪ଜଣ, ୟୁନିଟ୍ ୩ରୁ ଚାରି ଜଣ, ନୟାପଲ୍ଲୀରୁ ଚାରିଜଣ, ଲକ୍ଷ୍ମୀସାଗରରୁ ଚାରିଜଣ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ୫୨ ଜଣ ଲୋକାଲ୍ କେସ୍ ମଧ୍ୟରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩ ଜଣ ଥିବାବେଳେ କଟକ ରୋଡ୍ ଷ୍ଟେସନ ସ୍କୋୟାର୍ଣୁ ୩ ଜଣ ରହିଛନ୍ତି । ସେହିପରି କପିଳେଶ୍ବରରୁ ୩ ଜଣ ରହିଛନ୍ତି । ସେହିପରି ସୁନ୍ଦରପଦାରୁ ଜଣେ, ବରମୁଣ୍ଡାରୁ ୩ ଜଣ, ୟୁନିଟ୍-୯ ରୁ ୨ଜଣ, ଚକେଇସିଆଣିରୁ ଜଣେ, ଚିନ୍ତାମଣିଶ୍ବରରୁ ଜଣେ, ପୁରୁଣା ଭୁବନେଶ୍ବରରୁ ଜଣେ, ଓୟୁଏଟି କଲୋନୀରୁ ଜଣେ, ସମେଇଗାଡିଆରୁ ଜଣେ, ସମ୍ପୁରରୁ ଜଣେ, ବରମୁଣ୍ଡା ଜଗନ୍ନାଥ ବିହାରରୁ ଜଣେ, ସତ୍ୟନଗରରୁ ଜଣେ, ଜାଗମରା ଜଣେ, ଲକ୍ଷ୍ମୀସାଗରରୁ ଜଣ, ସିଜୁଆରୁ ଜଣେ, ପଟିଆରୁ ଜଣେ, ଆଠ ନମ୍ବରରୁ ଜଣେ, ରସୁଲଗଡରୁ ଜଣେ, ନ୍ୟୁ ଫରେଷ୍ଟ ପାର୍କରୁ ଜଣେ, ଆଚାର୍ୟ୍ୟ ବିହାର, ସାଇନ୍ସ ପାର୍କ ବସ୍ତିରୁ ଜଣେ, ଭିଏସଏସ୍ ନଗରରୁ ଜଣେ, ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ, ଜୟଦେବ ବିହାରରୁ ଜଣେ, ପୋଖରୀପୁଟରୁ ଜଣେ, ପ୍ରାଚୀ ବିହାରରୁ ଜଣେ, ବରମୁଣ୍ଡା ରୁଚିକା ମାର୍କେଟରୁ ଜଣେ, ଶାସ୍ତ୍ରୀନଗରରୁ ଜଣେ, ଟଙ୍କପାଣି ରୋଡରୁଜଣେ, ଗ୍ୟାରେଜ ଛକରୁ ଜଣେ, ତମାଣ୍ଡୋରୁ ଜଣେ, ଗଙ୍ଗନଗରରୁ ଜଣେ, ପାତ୍ରପଡା କଳିଙ୍ଗ ବିହାରରୁଜଣେ, ନୟାପଲ୍ଲୀରୁ ଜଣେ, ଝାରପଡାରୁ ଜଣେ, ଅଶୋକ ନରରଗୁ ଜଣେ, ଶୈଳୀଶ୍ରୀବିହାର ଓ ବମିଖାଲ କେନାଲ ରୋଡରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୩ ଜଣ ସୁସ୍ଥ ହୋଇଛନ୍ତି । ଆଜି ନୂତନ ୧୯୦ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୭୬୩ରେ ପହଞ୍ଚିଥିବାବେଳେ ୨ ହଜାର ୩୬୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭୁବନେଶ୍ବରରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ୧ ହଜାର ୩୮୩ ଜଣ ଚିକିତ୍ସାଧୀନ ରହିଛନ୍ତି ।