ଡ୍ୟୁଟିକୁ ଯିବା ପୂର୍ବରୁ ଚାଲିଗଲା ପ୍ରିଜାଇଡିଂ ଅଧିକାରୀଙ୍କ ଜୀବନ

ଡ୍ୟୁଟିକୁ ଯିବା ପୂର୍ବରୁ ଚାଲିଗଲା ପ୍ରିଜାଇଡିଂ ଅଧିକାରୀଙ୍କ ଜୀବନ

ଡ୍ୟୁଟିକୁ ଯିବା ପୂର୍ବରୁ ଚାଲିଗଲା ପ୍ରିଜାଇଡିଂ ଅଧିକାରୀଙ୍କ ଜୀବନ

ଅନୁଗୁଳ:   ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ଲାଗି ବାହାରିଥିଲେ ପ୍ରିଜାଇଡିଂ ଅଧିକାରୀ।  ନିର୍ବାଚନ ଡ୍ୟୁଟିରେ ଯୋଗ ଦେବାକୁ ଘରୁ ବାହାରି ଥିଲେ। ହେଲେ ପ୍ରିଜାଇଡିଙ୍ଗ ଅଫିସର ଶୁଭେନ୍ଦୁ ନାୟକଙ୍କ ହୋଇଗଲା ଅଚାନକ ମୃତ୍ୟୁ। ଏପରି ଦୁଃଖଦ ଘଟଣା ଅନୁଗୁଳରେ ।

ମୃତ ଶୁଭେନ୍ଦୁ ନାୟକଙ୍କ ଘର ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହେଇଥିଲା । ଶୁଭେନ୍ଦୁ କୁମାର ନାୟକ  ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ।

ଆଜି ନିର୍ବାଚନୀ କାର୍ୟ୍ୟରେ ପ୍ରିଜାଇଡିଙ୍ଗ ଅଫିସର ଭାବେ ଯୋଗ ଦେବାକୁ ଶୁଭେନ୍ଦୁ କୁମାର ନାୟକ  ଘରୁ ବାହାରିଥିଲେ। ବଅଁରପାଳ ବ୍ଲକରେ ପୂର୍ବାହ୍ନ ୯ ଟାରେ ଯୋଗଦେବାର ଥିଲା । ସେଥିପାଇଁ ସେ ଭୋରୁ ଘରୁ ବାହାରୁ ଥିବା ସମୟରେ ଅଚେତ୍ ହୋଇ ପଡ଼ିଥିଲେ । ପରେ ତାଙ୍କୁ କିଶୋରନଗର ମେଡିକାଲକୁ ଅଣାଯାଇଥିଲା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।