ଡ୍ରେନରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

ଡ୍ରେନରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

ଡ୍ରେନରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଦଶମ ଶ୍ରେଣୀର ଛାତ୍ର ଜ୍ୟୋତି ପ୍ରକାଶ ବେହେରା ଗତକାଲି ଡ୍ରେନରେ ଭାସି ଯାଇଥିଲେ  । ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି  । ତାଙ୍କ ନାକରୁ ରକ୍ତ ବାହାରୁଥିବାବେଳେ ଦେହ ମଧ୍ୟ ଫୁଲିଯାଇଛି  । ଛାତ୍ରଙ୍କ ମୃତଦେହ ମିଳିବା ପରେ ଶୋକର ଛାୟା ଖେଳିଯାଇଛି  ।

ସୂଚନାଯୋଗ୍ୟଯେ, ଗତକାଲି ଜଣେ ଛାତ୍ର ଟ୍ୟୁସନ ଯାଉଥିବାବେଳେ ସାଇକେଲ ସ୍ଲିପ କରିବାରୁ ଡ୍ରେନରେ ପଡ଼ି ଯାଇଥିଲେ  । ୨ ଜଣ ଧାଇଁ ଧାଇଁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେବି ସଫଳ ହୋଇନଥିଳେ  । ବରମୁଣ୍ଡା ଶତାବ୍ଦୀ ନଗରର ଡ୍ରେନ ନମ୍ବର ୮ ଏ’ରେ ସେ ଭାସି ଯାଇଥିଲେ  । ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ୧୦ ଘଂଟା ଧରି ପରିଶ୍ରମ କରିଥିଲା  । ଅଗ୍ନିଶମ ଟିମ ଓ ସ୍ଥାନୀୟ ଲୋକମାନେ ରାତି ୯ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେବି ପାଇନଥିଲେ । ତେବେ ଆଜି ସକାଳେ ତାଙ୍କର ମୃତଦେହକୁ ଠାବ କରାଯାଇଥିଲା  । ପଂଚସଖା ନଗର ଡ୍ରେନରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇ ଏମସ ନିଆଯାଇଥିଲା  । ଏମସରେ ମୃତ ଛାତ୍ରଙ୍କ ପରିବାର ବର୍ଗ ଯାଇ ଶବକୁ ଚିହ୍ନଟ କରିଥିଲେ  । ଏଭଳି ଅଭାବନୀୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  ।