ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପତ୍ନୀଙ୍କ ପରଲୋକ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପତ୍ନୀଙ୍କ ପରଲୋକ


ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କର ମୃତ୍ୟୁ ଘଟିଛି । ନ୍ୟୁୟର୍କ ସହରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ଗତକାଲି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି କହିଛନ୍ତି ଯେ, "ମୁଁ ଅତ୍ୟନ୍ତ ଦୁଃଖର ସହ କହୁଛି ନ୍ୟୁୟର୍କ ସହରରେ ଇଭାନା ଟ୍ରମ୍ପଙ୍କର ଦେହାନ୍ତ ହୋଇଛି । ସେ ଥିଲେ ଅସାଧାରଣ ଏବଂ ପ୍ରେରଣାଦାୟୀ ଜୀବନଯାପନ କରୁଥିବା ଜଣେ ଚମତ୍କାର, କମନୀୟ ମହିଳା । ତାଙ୍କର ଆନନ୍ଦ ଥିଲା ୩ ଛୁଆ ଡୋନାଲ୍‌ଡ୍‌ ଜୁନିୟର୍‌, ଇଭାଙ୍କା ଏବଂ ଏରିକ୍‌ । ସେମାନଙ୍କ ପାଇଁ ସେ ଗ‌ୌରବାନ୍ବିତ ମନେକରୁଥିଲେ ।"୧୯୭୭ ମସିହାରେ ଇଭାନା ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିଥିଲେ । ୧୯୯୨ରେ ଛାଡପତ୍ର ହୋଇଥିଲା । ୩ ପିଲା ଓ ୧୦ଜଣ ନାତିନାତୁଣୀଙ୍କୁ ତାଙ୍କ ଅନୁପସ୍ଥିତି ଖୁବ୍‌ ଦୁଃଖ ଦେବ ବୋଲି କହିଛନ୍ତି ଟ୍ରମ୍ପ । ଇଭାନା ଟ୍ରମ୍ପ ଟ୍ରମ୍ପ ସଂଗଠନ ପାଇଁ ଇଣ୍ଟରିୟର ଡିଜାଇନର ଉପାଧ୍ୟକ୍ଷ ଥିଲେ। ବିବାହ ବିଚ୍ଛେଦ ପରେ ଇଭାନା ପୋଷାକପତ୍ର, ଅଳଙ୍କାର ଏବଂ ପ୍ରସାଧନ ସାମଗ୍ରୀ ବ୍ୟବସାୟ କରି ସଫଳ ହେବା ସହ କେତେଗୁଡ଼ିଏ ପୁସ୍ତକ ମଧ୍ୟ ରଚନା କରିଥିଲେ।