ଡ଼ରାଉଛି ତ୍ୱଚା କର୍କଟ ଭୟ
ଭୁବନେଶ୍ୱର : ତାପମାତ୍ରା ଯେତେ ବୃଦ୍ଧି ପାଉଛି ସେହି ଅନୁସାରେ ତ୍ୱଚାରେ ବିଭିନ୍ନ ସମସ୍ୟା ବଢି ଚାଲିଛି । ଖରାଦିନେ ଘିମିରି, ତ୍ୱଚା ଲାଲ ପଡ଼ିଯିବା କିମ୍ବା ଅନ୍ୟ କିଛି ଫୋଟକା ଭଳି ହେବା ସ୍ୱାଭାବିକ । କିନ୍ତୁ ବର୍ତମାନ ସମୟରେ ଯେଉଁ ଭଳି ଭାବେ ଖରା ହେଉଛି ସେଥିରେ ତ୍ୱଚା କର୍କଟ ହେବା ଆଶଙ୍କା ଦୁଇଗୁଣା ହୋଇଯାଇଛି ।ଅଷ୍ଟ୍ରେଲିଆ ଓ ୟୁରୋପୀୟ ଦେଶଗୁଡ଼ିକରେ ତ୍ୱଚା କର୍କଟର ସମସ୍ୟା ଅଧିକ । ଆଫ୍ରିକା ଏବଂ ଭାରତୀୟ ଉପମହାଦେଶରେ ଏହି ଆଶଙ୍କା କମ ।
କିନ୍ତୁ ବର୍ତମାନ ସମୟରେ ଦିନବେଳର ତାପମାତ୍ରା ଏତେ ଅଧିକ ହେଉଛି ଏବଂ ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀ ଯେଉଁ ହାରରେ ମଣିଷର ତ୍ୱଚା ସଂସ୍ପର୍ଶରେ ଆସୁଛି ସେ କ୍ଷେତ୍ରରେ ପୃଥିବୀର ଯେକୈାଣସି ପ୍ରାନ୍ତରେ ବସବାସ କରୁଥିବା ଲୋକ ତ୍ୱଚା କର୍କଟ ଭୋଗିବାର ଆଶଙ୍କା ରହିଛି । ତେଣୁ ଖରାରେ ବାହାରକୁ ଯିବା ସମୟରେ ଶରୀରରେ ସନସ୍କ୍ରିନ ଲୋସନ ବା କ୍ରୀମ ଲଗାଇବା ଜରୁରୀ ।
dଡ଼ାକ୍ତରଙ୍କ ବିନା ପରାମର୍ଶରେ ନିଜ ଇଛାନୁସାରେ ଏସପିଏଫ୍ ଯୁକ୍ତ ସନସ୍କ୍ରିନ ବ୍ୟବହାର କରିବା ଠିକ୍ ନୁହେଁ । ଏହା ଦ୍ୱାରା ଲାଭ ହେବା ପରିବର୍ତେ କ୍ଷତି ହୋଇଥାଏ । ତ୍ୱଚା କର୍କଟରୁ ରକ୍ଷା ପାଇବାକୁ ହେଲେ ସିଧାସଳଖ ସୂର୍ଯ୍ୟରଶ୍ମୀରୁ ନିଜକୁ ଦୂରେଇ ରଖିବାକୁ ହେବ । ଦିନ ୧୧ରୁ ୩ ମଧ୍ୟରେ ସୂର୍ଯ୍ୟରଶ୍ମୀର ପ୍ରଭାବ ଅଧିକ ରହିଥାଏ । ଜରୁରୀ କାମ ନଥିଲେ ଘରୁ ବାହାରିବା ଉଚିତ୍ ନୁହେଁ ।




user1 