ନବଜାତକ ବୁଝନ୍ତି !

ଭୁବନେଶ୍ୱର : କାଲିଫର୍ଣ୍ଣିଆର ଗବେଷକଦଳ ଅନୁଧ୍ୟାନ କରି କହିଛନ୍ତି ନବଜାତ ଶିଶୁ ମାନେ ବେଶ୍ ବୁଦ୍ଧିମାନ । ଆମେ ମାନେ ଭାବୁ ଯେ କୁନି ପିଲାଟି କିଛି ବୁଝିପାରୁନି , ଚାରିପାଖକୁ ଖାଲି ଜଳ ଜଳ ହୋଇ ଚାହିଁ ରହୁଛି । କିନ୍ତୁ ପ୍ରକୃତ କଥାଟି ହେଉଛି ନବଜାତ ଶିଶୁଟି ସବୁ କଥାକୁ ବୁଝିପାରେ ଓ ଜାଣିପାରେ ।
ଶିଶୁ ଟିର ମସ୍ତିଷ୍କ ବହୁତ ସକ୍ରିୟ ଥାଏ । ମା ର ଗର୍ଭରେ ଥିଲାବେଳେ ଚାରିପଟେ ଘଟୁୁଥିôବା ସବୁ ଘଟଣାକୁ ଜାଣିପାରିଥାଏ । ମା ର ଗର୍ଭରେ ୯ ମାସ ସମୟ ରହୁଥିବାରୁ ପିଲାଟି ମା ର ସ୍ପର୍ଶ , କଥାକୁ ଠଉରାଇନେଇଥାଏ । ପାରସ୍ପରିକ ପରିସ୍ଥିତିରେ ଘଟୁଥିବା ସବୁକୁ ଜାଣିପାରନ୍ତି ।
ସେଥିପାଇଁ ମା ପିଲା ପାଖରୁ ମୁହୂର୍ତେ ଯିବା ମାତ୍ରକେ ସେ ବାସ୍ନା ବାରି କାନ୍ଦି ଉଠେ । ମା ର ପେଟରେ ଥିଲାବେଳେ ହସ, ଖୁସି, କାନ୍ଦ ସବୁକୁ ଅନୁଭବ କରିପାରେ । ଗବେଷକ ମାନେ ୧୩୦ ଜଣ ଗର୍ଭବତୀ ମହିଳାଙ୍କୁ ନେଇ ଏଭଳି ଅନୁଧ୍ୟାନ କରିଥିଲେ ।
ପ୍ରସବ ପରେ ବି ସେମାନଙ୍କ ଉପରେ ଗବେଷଣା ଜାରି ରହିଲା । ନବଜାତକ ଅନ୍ୟ କାହାର ସ୍ପର୍ଶ, କଥା କହିବାକୁ ଗୁରୁତ୍ୱ ଦିଅନ୍ତିନି କିନ୍ତୁ ମା ଡ଼ାକରେ ନବଜାତକ ମୁର୍ହରେ ହସ ଫୁଟି ଉଠେ ।