ପ୍ରସବ ପର ସତର୍କତା

ପ୍ରସବ ପର ସତର୍କତା

ଭୁବନେଶ୍ୱର : ପ୍ରସବ ପରେ ସାଧାରଣତଃ ମହିଳାମାନଙ୍କ ଓଜନ ବଢିଯାଇଥାଏ । ତେଣୁ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ କେତୋଟି ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ । ପ୍ରସବ ପରେ ଶିଶୁକୁୁ ସ୍ତନ୍ୟପାନ କରାଇବା ଫଳରେ ପ୍ରାକୃତିକ ଉପାୟରେ ଓଜନ କମ୍ ହୁଏ , ନିଜ ଖାଇବା ପିଇବାକୁ ହଠାତ୍ କମ୍ କଲେ ବିଭିନ୍ନ ରୋଗ ଆକ୍ରମଣ କରିବାର ଭୟ ଅଛି । ଏଇ ସମୟରେ ସୁଷମ ଖାଦ୍ୟ ଖାଇବାକୁ ଗୁରୁତ୍ୱ ଦିଅନ୍ତି । 

ପ୍ରସବର ୭ ମାସ ପରେ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଯୋଗ ଓ  ବ୍ୟାୟାମ କରିପାରିବ । ଓଜନ କମ୍ କରିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଫଳରେ ଶରୀରକୁ ଶକ୍ତି ମିଳିବା ସହ କାର୍ଯ୍ୟକ୍ଷମତା ମଧ୍ୟ ବଢିଥାଏ । ପ୍ରସବ ପରେ ଉପଯୁକ୍ତ ଶୋଇବା ମଧ୍ୟ ଜରୁରୀ । ନିଦ କମ୍ ହେବା ଫଳରେ ଶରୀରରେ ଏକ ପ୍ରକାର ହରମୋନ ଅଧିକ ହେବା କାରଣରୁୁ ଓଜନ ହଠାତ୍ ବଢେ ।