ଟ୍ରମ୍ପଙ୍କ ପୁଣି ଭିତ୍ତିହୀନ ଦମ୍ଭୋକ୍ତି, ଆମେ ନିର୍ବାଚନ ଜିତିବାକୁ ଯାଉଛେ

ଟ୍ରମ୍ପଙ୍କ ପୁଣି ଭିତ୍ତିହୀନ ଦମ୍ଭୋକ୍ତି, ଆମେ ନିର୍ବାଚନ ଜିତିବାକୁ ଯାଉଛେ

ଟ୍ରମ୍ପଙ୍କ ପୁଣି ଭିତ୍ତିହୀନ ଦମ୍ଭୋକ୍ତି, ଆମେ ନିର୍ବାଚନ ଜିତିବାକୁ ଯାଉଛେ
ଭାଲଦୋସ୍ତା: ନିର୍ବାଚନ ପରବର୍ତ୍ତୀ ପ୍ରଥମ ରାଲିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ଭିତ୍ତିହୀନ ଦାବି ଦୋହରାଇଛନ୍ତି । ଶନିବାର ଭାଲଦୋସ୍ତା ଓ ଜର୍ଜିଆରେ ଅନୁଷ୍ଠିତ ସମାବେଶରେ ସମର୍ଥକମାନଙ୍କୁ ଉଦବୋଧନ ଦେଇ ସେ ରାଷ୍ଟ୍ରପତି ନିର୍ବାଚନ ଜିତୁଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନଙ୍କ ବିଜୟ ସମ୍ପର୍କରେ ସେ ଟିପ୍ପଣୀ କରିବାକୁ ଯାଇ ତାଙ୍କ ରିପବ୍ଲିକାନ ଦଳ ଠାରୁ ବିଜୟକୁ ହଡ଼ପ କରିନିଆଯାଇଛି ଏବଂ ସେ ତଥାପି ନିର୍ବାଚନ ଜିତିବେ ବୋଲି କହିଛନ୍ତି । ତାଙ୍କ ସହିତ ଏହି ସମାବେଶରେ ପ୍ରଥମ ମିହଳା ମେଲାନିଆ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ । ତେବେ ଉପସ୍ଥିତ ଅଧିକାଂଶ ସମର୍ଥକ ମହାମାରୀ କୋଭିଡ କଟକଣାକୁ ଖାତିର ନ କରି ବିନା ମାସ୍କରେ ଯୋଗ ଦେଇଥିବା ଦେଖାଯାଇଥିଲା । ଜର୍ଜିଆରେ ଦୁଇ ଜଣ ରିପବ୍ଲିକାନ ଦଳର ସିନେଟର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରସାର ଅବସରରେ ଟ୍ରମ୍ପଙ୍କୁ ଏଭଳି ଆସ୍ଫାଳନ କରିବାକୁ ସୁଯୋଗ ମିଳିଥିଲା ।