ଟିକା ନେବାକୁ ବାଧ୍ୟ କରାଯିବ ନାହିଁ:କେନ୍ଦ୍ର ସରାକର

ଟିକା ନେବାକୁ ବାଧ୍ୟ କରାଯିବ ନାହିଁ:କେନ୍ଦ୍ର ସରାକର

ଟିକା ନେବାକୁ ବାଧ୍ୟ କରାଯିବ ନାହିଁ:କେନ୍ଦ୍ର ସରାକର
ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଟିକାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଆଶଙ୍କା ଆସୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ଉପରେ ସ୍ପଷ୍ଟ ଆଭିମୁଖ୍ୟ ରଖିଛି । କୋଭିଡ-୧୯ ଟିକାକରଣ ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରେ । ଯିଏ ଚାହିଁବ ସେ ନେଇପାରିବ । ଏଥିପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ । ଟିକାକରଣ ବ୍ୟକ୍ତିର ଇଚ୍ଛାଧୀନ ବୋଲି ମନ୍ତ୍ରଣାଳୟ ଏ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରିଛି । ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଭାରତରେ ଉପଲବ୍ଧ ଟିକା ଅନ୍ୟ ଦେଶରେ ବିକଶିତ ଟିକା ଭଳି ପ୍ରଭାବଶାଳୀ ହେବ । ପୂର୍ବରୁ କୋଭିଡ-୧୯ ରେ ସଂକ୍ରମିତ ଲୋକଙ୍କ ମଧ୍ୟ କରୋନା ଭୂତାଣୁ ଟିକାର ସମ୍ପୂର୍ଣ୍ଣ ମାତ୍ରା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଏହା କୋଭିଡ-୧୯ ଭୂତାଣୁ ବିରୋଧରେ ଏକ ଶକ୍ତିଶାଳୀ ରୋଗ ପ୍ରତିରକ୍ଷାକାରୀ ପ୍ରତିଷେଧକ ସୃଷ୍ଟି କରିବ । ପ୍ରଥମ ଡୋଜରେ କିଛି ଦିନ ବ୍ୟବଧାନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ । ଆଉ ଦ୍ୱିତୀୟ ଡୋଜ ଗ୍ରହଣ କରିବାର ଦୁଇ ସପ୍ତାହ ପରେ ଶରୀରରେ ଆଣ୍ଟିବଡ଼ି ଗୁଡ଼ିକର ସୁରକ୍ଷା ତିଆରି ହେବ ବୋଲି କନେ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୦୧୯ ଟିକା ସହ ଜଡ଼ିତ କିଛି ପ୍ରଶ୍ନ ଓ ଉତ୍ତରର ତାଲିକା ପ୍ରସ୍ତୁତ କରିଛି । ଏଥିରେ କିଛି ପ୍ରଶ୍ନ ମଧ୍ୟରୁ ଟିକା ନେବା ସମସ୍ତଙ୍କ ପାଇଁ ଆବଶ୍ୟକ କି ନୁହେଁ, ଟିକାକରଣରୁ କେତେ ଦିନ ଆଣ୍ଟିବଡ଼ି ପ୍ରସ୍ତୁତ ହେବ, କୋଭିଡ-୧୯ ରୁ ସୁସ୍ଥ ଥିବା ବ୍ୟକ୍ତି ମଧ୍ୟ ଏହି ଟିକା ନେଇପାରିବ କି ନାହିଁ? ଏଭଳି ପ୍ରଶ୍ନର ଉତ୍ତର ରଖି ଉପରୋକ୍ତ ସ୍ପଷ୍ଟତା ଆଣିଛି । ମନ୍ତ୍ରଣାଳୟ କହିଛି ଯେ କୋଭିଡ-୧୯ ର ଟିକା ନେବା ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରିବ । ତଥାପି ଟିକାକରଣ ସମ୍ପୂର୍ଣ୍ଣ ଡୋଜ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।