ଟିଏମ୍‌ସିରେ ଲିଆଣ୍ଡର୍

ଟିଏମ୍‌ସିରେ ଲିଆଣ୍ଡର୍

ଟିଏମ୍‌ସିରେ ଲିଆଣ୍ଡର୍

ଗୋଆ : ପ୍ରଖ୍ୟାତ ଟେନିସ୍‌ ତାରକା ଲିଆଣ୍ଡର୍‌ ପେସ୍‌ ଟିଏମ୍‌ସିରେ ଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ  ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଲିଆଣ୍ଡର ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଲିଆଣ୍ଡରଙ୍କ ସହ ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ନଫିସା ଅଲ୍ଲୀ ଏବଂ ମୃଣାଳିନୀ ଦେଶପ୍ରଭୁ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ତୃଣମୂଳ ସାଂସଦ ଡେରେକ ଓବ୍ରାଏନ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ମମତା ବାନାର୍ଜୀ ସେମାନଙ୍କୁ ଦଳୀୟ ପତାକା ଦେଇ ସ୍ୱାଗତ ଜଣାଇଥିଲେ।