ଟିଏମ୍‌ସିରେ ଯୋଗଦେଲେ ବାବୁଲ୍‌ ସୁପ୍ରିୟୋ

ଟିଏମ୍‌ସିରେ ଯୋଗଦେଲେ ବାବୁଲ୍‌ ସୁପ୍ରିୟୋ

ଟିଏମ୍‌ସିରେ ଯୋଗଦେଲେ ବାବୁଲ୍‌ ସୁପ୍ରିୟୋ

କୋଲକତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆସନସୋଲ ସାଂସଦ ବାବୁଲ ସୁପି୍ରୟୋ ଟିଏମସିରେ ଯୋଗ ଦେଇଛନ୍ତି । ବାବୁଲ ସୁପି୍ରୟୋ ଗତ ଜୁଲାଇରେ ରାଜନୀତି ସବୁଦିନ ପାଇଁ ଛାଡୁଛନ୍ତି ବୋଲି ଘୋଷଣା କରିଥିଲେ ଏବଂ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି କହିଥିଲେ। ସେ ନିଜ ନିଷ୍ପତ୍ତି ବଦଳାଇ ଟିଏମସିରେ ଯୋଗ ଦେଇଛନ୍ତି । ବାବୁଲ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପୂର୍ବରୁ ବିଜେପିରେ ଥିଲେ । ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ସ୍ଥାନ ମିଳି ନଥିବାରୁ ସେ ନିରାଶ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ରାଜନୀତି ଛାଡ଼ିବା କଥା ଘୋଷଣା କରିଥିଲେ । ଟିଏମସିର ଜାତୀୟ ସାଧାରଣ ସଚିବ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ତେରେକ ଓବ୍ରାଏନଙ୍କ  ଉପସ୍ଥିତିରେ ବାବୁଲ ସୁପି୍ରୟୋ ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସିରେ ଯୋଗ ଦେବାପରେ ବାବୁଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଟିଏମସିରେ ଯୋଗ ଦେବା ନିଷ୍ପତ୍ତି ପ୍ରତିଶୋଧର ରାଜନୀତି ନୁହେଁ ବରଂ ସୁଯୋଗର ରାଜନୀତି । ପଶ୍ଚିମବଙ୍ଗ ଲୋକଙ୍କ ସେବା କରିବା ପାଇଁ ପୁଣିଥରେ ଟିଏମସିରେ ଯୋଗ ଦେଇଥିବା ସେ କହିଛନ୍ତି ।