ଟାଇମ ମ୍ୟାଗାଜିନ୍‌ର ୨୦୨୦ର ପର୍ସନ୍‌ ଅଫ୍‌ ଦି ଇୟରର ସମ୍ମାନ ପାଇଲେ ଜୋ ବିଡେନ‌ ଓ କମଲା ହାରିସ୍‌

ଟାଇମ ମ୍ୟାଗାଜିନ୍‌ର ୨୦୨୦ର ପର୍ସନ୍‌ ଅଫ୍‌ ଦି ଇୟରର ସମ୍ମାନ ପାଇଲେ ଜୋ ବିଡେନ‌ ଓ କମଲା ହାରିସ୍‌

ଟାଇମ ମ୍ୟାଗାଜିନ୍‌ର ୨୦୨୦ର ପର୍ସନ୍‌ ଅଫ୍‌ ଦି ଇୟରର ସମ୍ମାନ ପାଇଲେ ଜୋ ବିଡେନ‌ ଓ କମଲା ହାରିସ୍‌
ନ୍ୟୁୟର୍କ : ଲୋକପ୍ରିୟ ଟାଇମ ପତ୍ରିକା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ' ପର୍ସନ୍ସ ଅଫ୍ ଦି ଇୟର ୨୦୨୦ ' ଭାବରେ ଚୟନ କରିଛି। ଦୁହେଁ ଆମେରିକାର କାହାଣୀ କୁ ପରିବର୍ତ୍ତନ କରି ଦୁନିଆକୁ ଦେଖାଇଛନ୍ତି ଯେ, ସହାନୁଭୂତିର ଶକ୍ତି ବିଭାଜନ ଠାରୁ ବହୁ ଅଧିକ ବୋଲି କହିଛନ୍ତି ଟାଇମ୍‌ର ସମ୍ପାଦକ ଏଡଓ୍ବାର୍ଡ । ଫ୍ରେଙ୍କଲିନ୍‌ ଡି ରୁଜୁଭେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି ତାଙ୍କ କାର୍ୟ୍ୟକାଳ ମଧ୍ୟରେ କୌଣସି କାରଣରୁ ପର୍ସନ୍ ଅଫ୍ ଦି ଇୟର ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଟାଇମ୍‌ ଉପରାଷ୍ଟ୍ରପତିଙ୍କୁ ପର୍ସନ ଅଫ୍‌ ଦ ଇଅରରେ ଅନ୍ତର୍ଭୁକ୍ତ କରିଥିବାର କହିଛନ୍ତି ଟାଇମର ସମ୍ପାଦକ । ଟାଇମର ପର୍ସନ୍ ଅଫ୍ ଦି ଇୟର ପାଇଁ ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଡକ୍ଟର ଆନ୍ଥୋନୀ ଫାଉସି ପାଇଛନ୍ତି । ଗୁରୁବାର ଟାଇମ୍ କୋରିଆନ୍ ବାଳକ ବ୍ୟାଣ୍ଡ ବିଟିଏସକୁ ଏଣ୍ଟରଟେନର ଅଫ ଦି ଇୟର ଏବଂ ଲସ୍ ଆଞ୍ଜେଲସ୍ ଲେକ୍ସର୍ ତାରକା ଲେବ୍ରନ୍ ଜେମ୍ସଙ୍କୁ ଏହାର ଆଥଲେଟ୍ ଅଫ୍ ଦି ଇୟର ଭାବରେ ଚୟନ କରିଛି । ସେହିପରି କରୋନା କାଳରେ ଲୋକପ୍ରିୟ ହୋଇଥିବା ଜୁମ୍‌ ଆପ୍‌ର ସିଇଓଙ୍କୁ ମଧ୍ୟ ଟାଇମ୍‌ ବିଜିନେସପର୍ସନ୍‌ ଅଫ୍‌ ଦ ଇଅର ଭାବେ ନିର୍ବାଚିତ କରିଛନ୍ତି । କରୋନା ମହାମାରୀ ସମୟରେ ଅଫିସ୍ କେବଳ ଜୁମ୍ ମାଧ୍ୟମରେ କାମ କରିନଥିଲା, ପରିବାର ମଧ୍ୟ ପରସ୍ପର ସହ ସଂଯୁକ୍ତ ରହିବାକୁ ସକ୍ଷମ ହୋଇଥିଲେ। ୧୯୨୭ ମସିହାରୁ ଆରମ୍ଭ ହୋଇଥିବା ଏହି ଆଓ୍ବାର୍ଡ ପ୍ରତିବର୍ଷ ପ୍ରଦାନ କରାଯାଇଥିଲା । ତେବେ ଏହା ପୂର୍ବରୁ ସ୍ପେସିଆଲୀ ଇନ୍‌ଫ୍ଲୁଏନ୍ସ ପର୍ସନ ଅଫ୍‌ ଦ ଇଅର ରୂପେ ରହିଥିଲା । ୨୦୧୯ ମସିହାରେ ଏହି ସମ୍ମାନ ସମାଜସେବୀ ଗ୍ରେଟା ଥନବର୍ଗଙ୍କୁ ମିଳିଥିଲା ।