ଟନେଲ ଧସିଲା, ଫସିଛନ୍ତି ୧୦ ଶ୍ରମିକ
ଟନେଲ ଧସିଲା, ଫସିଛନ୍ତି ୧୦ ଶ୍ରମିକ
ଶ୍ରୀନଗର: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାର ମାକେରକୋଟ ସ୍ଥିତ ଖୋନିନାଲାରେ ତିଆରି ଚାଲିଥିବା ଗୋଟିଏ ଟନେଲ (ସୁଡଙ୍ଗ)ର କିଛି ଅଂଶ ହଠାତ୍ ଭୁଶୁଡି ପଡିଛି । ଫଳରେ ମାଟି ତଳେ ୧୦ ଜଣ ଶ୍ରମିକ ଫସି ଯାଇଛନ୍ତି । ସେହିପରି ମାଟି ଅତଡା ତଳୁ ୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବାକି ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି ।
ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି । ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି । ଗୁରୁବାର ରାତିରେ ଖୋନି ନାଲାରେ ଥିବା ସୁଡଙ୍ଗର ସମ୍ମୁଖ ଭାଗର କିଛି ଅଂଶର ଅଡିଟ ଚାଲିଥିବା ବେଳେ ଏହା ଭୁଶୁଡି ପଡିଥିଲା । ଏହାପରେ ସେନା ଓ ପୁଲିସ୍ ତରଫରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରି ଦିଆଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।




admin 