ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଗଲା ମରଶରୀର

ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଗଲା ମରଶରୀର

ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଗଲା ମରଶରୀର
ପାଟନା : ବିହାର ରାଜଧାନୀ ପାଟନା ନିକଟସ୍ଥ ଏକ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଟଙ୍କା ଉଠାଣ ପାଇଁ ଜଣେ ବ୍ୟକ୍ତିଙ୍କ ମର ଶରୀରକୁ ନେଇ ଗ୍ରାମବାସୀମାନେ ବ୍ୟାଙ୍କରେ ପହଞ୍ଚିବା ପରେ ବ୍ୟାଙ୍କରେ ହଇଚଇ ସୃଷ୍ଟି ହୋଇଛି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟରେ ପ୍ରାୟ ୩ ଘଣ୍ଟା ବାଧା ଉପୁଜିଥିଲା । କଥାଟି ଖୁବ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତା ସିଙ୍ଗରିୟାବା ଗ୍ରାମର ମହେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିଲା । ତାଙ୍କର କେହି ଉତ୍ତରାଧୀକାରି ନଥିବାରୁ ସମ୍ପର୍କୀୟ ନାହାନ୍ତି । ହଠାତ ତାଙ୍କର ମୃତୁ୍ୟ ହୋଇଯିବା ପରେ ଗ୍ରାମବାସୀମାନେ ତାଙ୍କ ଘରେ ପହଞ୍ଚି ଏବଂ ତାଙ୍କ ବ୍ୟାଙ୍କ ପାସ ବୁକରେ ୧ ଲକ୍ଷ ୧୮ ହଜାର ଟଙ୍କା ଥିବା ଜାଣିଥିଲେ । ତେଣୁ ସେମାନେ ମହେଶଙ୍କ ଅନ୍ତିମ ସଂସ୍କାର ପାଇଁ ଟଙ୍କା ଉଠାଇବାକୁ ଚାହିଁଥିଲେ । ମହେଶଙ୍କର କେହି ଉତ୍ତରାଧୀକାରୀ ନଥିବାରୁ ଟଙ୍କା ଉଠାଇବାରେ ଏତେ ସହଜ ନଥିଲା । ତେଣୁ ଗ୍ରାମବାସୀମାନେ ତାଙ୍କ ମର ଶରୀର ଧରି ସିଧା ଯାଇ କାନାରା ବ୍ୟାଙ୍କର ସିଙ୍ଗରିୟାବା ବ୍ରାଞ୍ଚରେ ପହଞ୍ଚିଥିଲେ । ଶାହାଜାହାନପୁର ଥାନା ଏସଏଚଓ ଅମରେନ୍ଦ୍ର କୁମାର କହିଛନ୍ତି, ଗ୍ରାମବାସୀମାନେ ମହେଶଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇବାକୁ ଚାହିଁଥିଲେ । ସେମାନେ କହିଥିଲେ ଯେ ଯଦି ଜଣେ ବ୍ୟକ୍ତର ଟଙ୍କା ତା ମୃତୁ୍ୟପରେ ଅନ୍ତିମ ସଂସ୍କାର କାର୍ଯ୍ୟରେ ନ ଲାଗେ ତେବେ ସେ ଟଙ୍କା ଥାଇ ଲାଭ କ’ଣ ।