ଟିଏମ୍ସିର ଟ୍ୱିଟର ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ : ଟିଏମ୍ସିର ଟ୍ୱିଟର ଆକାଉଣ୍ଟ ନାଁ ବି ପରିବର୍ତ୍ତନ ହୋଇଯାଇଛି । ଟିଏମ୍ସିର ଟ୍ୱିଟର ଆକାଉଣ୍ଟ ନାଁ ଏବେ ‘ୟୁଗା ଲ୍ୟାବ’କୁ ପରିବର୍ତ୍ତନ ହୋଇଯାଇଛି । ହେଲେ ଏଯାବତ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଟିଏମ୍ସି ତରଫରୁ ଅଫିସିଆଲି କିଛି ସୂଚନା ଦିଆଯାଇନି ।
ହ୍ୟାକର୍ସମାନେ ଟିଏମ୍ସିର ଟ୍ୱିଟର ଆକାଉଣ୍ଟରେ ଥିବା ପ୍ରୋଫାଇଲ ଫଟୋ ଓ ଲୋଗୋକୁ ପରର୍ତ୍ତନ କରି ଦେଇଛନ୍ତି । ହେଲେ ହ୍ୟାକର୍ସମାନେ ଟିଏମ୍ସି ଆକାଉଣ୍ଟରୁ କୌଣସି ପୋଷ୍ଟ କରି ନାହାନ୍ତି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆକାଉଣ୍ ହ୍ୟାକ୍ ହେଲେ ବି ଏଯାଏ ଟିଏମ୍ସି ନାଁରେ କୌଣସି ଆପତ୍ତିଜନକ, ଅପମାନସୂଚକ କିମ୍ବା ଟିଏମ୍ସି ବିରୋଧୀ ଟିପ୍ପଣୀ ପୋଷ୍ଟ କରାଯାଇନି । ଟିଏମସିର ଟ୍ୱିଟର ଲୋଗୋ କ’ଣ ଆକାରର କଳା ଫ୍ରଣ୍ଟ ରେ ଦେଖିବାକୁ ମିଳିଛି ।
ଗତ ବର୍ଷ ଏପ୍ରିଲରେ ମଧ୍ୟ ଏଭଳି ଘଟଣା ସାମନାକୁ ଆସିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରାଯାଇଥିଲା । ଯେତେବେଳେ ଅଜ୍ଞାତ ହ୍ୟାକର୍ସମାନେ ୟୁପି ସିଏମ୍ ଓ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ବ୍ୟକ୍ତିଗତ ପୋଷ୍ଟ ପ୍ରକାଶ କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ।




admin 