ଝାମ୍ପିନେଲେ ସୁନା ହାର

ଝାମ୍ପିନେଲେ ସୁନା ହାର

ଝାମ୍ପିନେଲେ ସୁନା ହାର
ଭୁବନେଶ୍ୱର : ବାଲିପାଟଣା ଅଂଚଳରେ ଜଣେ ମହିଳା ଲୁଟର ଶିକାର ହୋଇଛନ୍ତି । ବନମାଳୀପୁର ଗାଁର ଗୋଲକ ଚନ୍ଦ୍ର ସାହୁଙ୍କ ଝିଅ ଅମ୍ବିକା ଲୁଟର ଶିକାର ହୋଇଛନ୍ତି । ତାଙ୍କ ତଂଟିଚିପି ଦୁର୍ବୃତମାନେ ପ୍ରାୟ ୧୭ ଗ୍ରାମର ହାର ଛଡ଼ାଇ ନେଇଛନ୍ତି । ତେବେ ସିସିଟିଭି ଫୁଟେଜ ଯାଂଚ ଚାଲିଥିବାବେଳେ ଲୁଟେରାର ଟେର ମିଳିପାରିନାହିଁ । ମିଳିଥିବା ସୂଚନାନୁଯାୟୀ, ଚାରିଛକ ଅଂଚଳରେ ବିବାହ କରିଥିବା ରୋଜି ମକର ସଂକ୍ରାନ୍ତି ଅବସରରେ ଅଲଣା ଓଷା ପୂଜା ଲାଗି ବାପଘରକୁ ଆସିଥିଲେ । ସକାଳୁ ସେ ନିଜର ୨ ବର୍ଷର ଝିଅ ଓ ପୁତୁର ସହ ଖଇରିପୁର ବେଲେଶ୍ୱର ମହାଦେବଙ୍କ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ । କିନ୍ତୁ ହଠାତ ଏକ ବାଇକ ତାଙ୍କ ନିକଟରେ ଅଟକିଥିଲା । ବାଇକରେ ଥିବା ୨ ଦୁର୍ବୃତ ରୋଜିଙ୍କ ପାଖକୁ ଆସି ତାଙ୍କୁ ଓ ତାଙ୍କ ସହ ଥିବା ଦୁଇ ପିଲାଙ୍କୁ ଆକ୍ରମଣ କରିଥିଲେ । ଜଣେ ରୋଜିଙ୍କ ତଂଟିକୁ ଚିପି ଧରିଥିବାବେଳେ ଅନ୍ୟ ଜଣେ ଝିଅକୁ ଟାଣିବା ପାଇଁ ଉଦ୍ୟମ କରିଥିଲେ । ଝିଅକୁ ବଂଚାଇବା ପାଇଁ ସେ ହାର ଉପରେ ଧ୍ୟାନ ଦେଇପାରିନଥିଲେ । ଏଇ ମଉକାରେ ଲୁଟେରାମାନେ ସୁନା ହାର ଛଡେ଼ଇ ନେଇ ଚାଲିଯାଇଥିଲେ ।