ଝାଡ଼ଖଣ୍ଡ ବିଧାନସଭାରେ ନମାଜ କକ୍ଷକୁ ବିଜେପିର ବିରୋଧ

ଝାଡ଼ଖଣ୍ଡ ବିଧାନସଭାରେ ନମାଜ କକ୍ଷକୁ ବିଜେପିର ବିରୋଧ

ଝାଡ଼ଖଣ୍ଡ ବିଧାନସଭାରେ ନମାଜ କକ୍ଷକୁ ବିଜେପିର ବିରୋଧ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ପରିସରରେ ଗୋଟିଏ କକ୍ଷକୁ ନମାଜ ପାଇଁ ଆବଣ୍ଟନ କରାଯାଇଛି । ରାଜ୍ୟ ସରକାର ଏବଂ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ବିଜେପି। ବିଜେପି ବିଧାୟକମାନେ ଗୃହରେ ଏହାର ପ୍ରତିବାଦ କରିଛନ୍ତି। ଜୟ ଶ୍ରୀ ରାମ ଧ୍ୱନି ଦେବା ସହିତ ହନୁମାନ ଚାଳିଶା ପାଠ କରିଛନ୍ତି। ଫଳରେ ଗୃହ ପରିଚାଳନାରେ ଅସୁବିଧା ସୃଷ୍ଟି ହୋଇଛି। ମଙ୍ଗଳବାର ଗୃହ କାର୍ୟ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ନମାଜ ଗୃହ ଆବଣ୍ଟନ ସମେତ ରାଜ୍ୟର ନିଯୁକ୍ତି ନୀତିକୁ ବିରୋଧ କରିଥିଲେ। ବାଚସ୍ପତି ରବୀନ୍ଦ୍ର ନାଥ ମାହତୋ ବାରମ୍ବାର ସେମାନଙ୍କୁ ଗୃହ କାର୍ୟ୍ୟ ଚାଲିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ତାହା ଶୁଣି ନଥିଲେ। ଚେୟାର ପ୍ରତି କୌଣସି ଅସମ୍ମାନକୁ ସହ୍ୟ କରାଯିବ ନାହିଁ ବୋଲି ବାଚସ୍ପତି କହିଥିଲେ। ବାଚସ୍ପତିଙ୍କ ଆଚରଣ ନିରପେକ୍ଷ ନୁହେଁ ବୋଲି ବିଜେପି ବିଧାୟକ ସିପି ସିଂହ କହିଛନ୍ତି। ଗୃହ କାର୍ୟ୍ୟ ଆରମ୍ଭ ହେବା ପୂର୍ବରୁ ବିଧାୟକମାନେ ଗୃହର ପ୍ରବେଶ ପାହାଚ ଉପରେ ବସି ରହି ପ୍ରତିବାଦ ଜଣାଇଥିଲେ। ବିଜେପି ବିଧାୟକମାନେ ନମାଜ କକ୍ଷ ଆବଣ୍ଟନ ନିର୍ଦ୍ଦେଶକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। କେବଳ ସେତିକି ନୁହେଁ ହନୁମାନ ମନ୍ଦିର ନିର୍ମାଣ ସହିତ ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ଉପାସନା ସ୍ଥଳ ନିର୍ମାଣ ଲାଗି ଦାବି କରିଛନ୍ତି ।