ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ

ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ

ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମନି ଲଣ୍ଡରିଂ ମାମଲାରେ ୧୦ ନଭେମ୍ବର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି ଦିଲ୍ଲୀର ପଟିୟାଲା ହାଉସ କୋର୍ଟ। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟ କେତେକ ଜଣାଶୁଣା ଲୋକ ସାମିଲ ରହିଛନ୍ତି। ଏହାକୁ ନେଇ ଜାମିନ ଏବଂ ଅନ୍ୟ ଆବେଦନ ଉପରେ ଶୁଣାଣି ଆସନ୍ତା ୧୦ନଭେମ୍ବରକୁ ହେବ ବୋଲି କୋର୍ଟ କହିଛନ୍ତି। ଅଦାଲତ ପକ୍ଷରୁ ଇଡିକୁ ସମସ୍ତ ଚାର୍ଜସିଟ୍‌ ଏବଂ ଅନ୍ୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଜ୍ୟାକଲିନଙ୍କ ନିୟମିତ ଜାମିନ ଯାଚିକା ଉପରେ ଶୁଣାଣି କରିଥିଲେ କୋର୍ଟ। ଯେଉଁଥିରେ ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜ୍ୟାକଲିନଙ୍କ  କୋର୍ଟ ଦେଇଛନ୍ତି। ଜ୍ୟାକଲିନ ଶୁଣାଣି ପାଇଁ ନିଜ ଓକିଲ ପ୍ରଶାନ୍ତ ପାଟିଲଙ୍କ ସହିତ ଅଦାଲତରେ ପହଞ୍ଚିଥିଲେ। ଏହା ପୂର୍ବରୁ ୨୬ ସେପ୍ଟେମ୍ବରରେ କୋର୍ଟ ଜ୍ୟାକଲିନଙ୍କୁ ୫୦ ହଜାର ଟଙ୍କାର ମୁଚଲିକାରେ ଅନ୍ତରୀଣ ଜାମିନ ଦେଇଥିଲେ। ଇଡି ନିଜର ସପ୍ଲିମେଣ୍ଟାରୀ ଚାର୍ଜିଟରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା।