ଜେଲରେ ରାତି କାଟିଲେ ଅନୁପ ସାଏ

ଜେଲରେ ରାତି କାଟିଲେ ଅନୁପ ସାଏ

ଜେଲରେ ରାତି କାଟିଲେ ଅନୁପ ସାଏ
ଛତିଶଗଡର ରାଇଗଡ ଜେଲରେ କଟିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରାତି । ଗତକାଲି ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ତାଙ୍କୁ ଡବଲ ମର୍ଡର ମାମଲାରେ ପୋଲିସ୍ ଗିରଫ୍ କରିଥିଲା । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭର, ଏବେ ଯାଏ ଫେରାର୍ ଅଛି । ଏହା ସହିତ ଏହି ମାମଲାରେ ଅନ୍ୟ କେହି ସାମିଲ ରହିଛନ୍ତି କି ନାହିଁ ତାକୁ ନେଇ ଚାଲିଛି ତଦନ୍ତ । ପୋଲିସ ଅନୁପଙ୍କ ବିରୋଧରେ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ କୋର୍ଟରେ ରଖିବ । ଏନେଇ ଛତିଶଗଡ ପୋଲିସ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରିବା ନେଇ ଆବେଦନ କରିଛି । ଏହସହ ଅଧିକ ପଚରାଉଚରା ପାଇଁ ପୋଲିସ୍ ରିମାଣ୍ଡରେ ମଧ୍ୟ ତାଙ୍କୁ ନେଇପାରେ ବୋଲି ସୂଚନା ମିଳିିଛି । ଛତିଶଗଡ଼ର ହମିରପୁର ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଅନୁପ୍ଙ୍କୁ ପୁଲିସ୍ ଗିରଫ କରିଛି। ପୂର୍ବରୁ ମୃତ କଳ୍ପନା ଦାସଙ୍କ ସହ ଅନୁପ୍ଙ୍କର ଅନୈତିକ ସମ୍ପର୍କ ଥିବା ତଦନ୍ତରୁ ଜଣାପଡ଼ିଛି। ପରେ ବିବାହ ପାଇଁ କଳ୍ପନା ଅନୁପଙ୍କୁ ବାଧ୍ୟ କରିଥିଲେ। ଏହାପରେ ଅନୁପ ପୂର୍ବ ଯୋଜନା ମୁତାବକ କଳ୍ପନା ଓ ତାଙ୍କ ନାବାଳିକା ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ବୋଲି ରାଇଗଡ଼ ଏସ୍ପି ଗତକାଲି ପ୍ରେସ୍ମିଟ୍ରେ ସୂଚନା ଦେଇଥିଲେ। ୨୦୧୬ ମେ’ ୭ରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ର ହମିରପୁର ଜଙ୍ଗଲରୁ କଳ୍ପନା ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ମିଳିଥିଲା।